ବିନା କୋଚିଂରେ ପାଠ ପଢ଼ା ଠପ୍: ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାରଙ୍କ CMS ରିପୋର୍ଟ
1 min read
ବିନା କୋଚିଂରେ ପାଠ ପଢ଼ା ଠପ୍ । ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ । ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ ବା କୋଚିଂ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅଭିଭାବକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଟ୍ୟୁସନ ଓ କୋଚିଂ ପାଇଁ ସହାରାଞ୍ଚଳରେ ଛାତ୍ର ପିଛା ୧୦ ହଜାର ୮୯୯ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୩ ହଜାର ୫୪୭ ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ଏଥିପାଇଁ ସ୍କୁଲରେ ଶିକ୍ଷକ ଅଭାବ ଓ ପାଠପଢ଼ାର ମାନକୁ ଦାୟୀ କରିଛନ୍ତି ଅଭିଭାବକ ଓ ଶିକ୍ଷାବିତ୍ । ସ୍କୁଲ ପାଠ୍ୟକ୍ରମ ବୁଝିବା ପାଇଁ ଟ୍ୟୁସନ ଉପରେ ନିର୍ଭରଶୀଳ ହେଉଛନ୍ତି ଛାତ୍ରଛାତ୍ରୀ ।
ସର୍ଭେରୁ ପ୍ରକାଶ, ଦେଶର ଏକ ତୃତୀୟାଂଶ ଛାତ୍ରଛାତ୍ରୀ ପାଠପଢା ପାଇଁ କୋଚିଂ ଉପରେ ନିର୍ଭର କରୁଛନ୍ତି । ଓଡିଶା ସ୍ଥିତି ଆହୁରି ଅଦବେଗଜନକ । ଓଡିଶାର ପ୍ରାୟ ୫୭ ପ୍ରତିଶତ ଛାତ୍ରଛାତ୍ରୀ କୋଚିଂ ଉପରେ ନିର୍ଭରଶୀଳ । ନ୍ୟାସନାଲ ସାମ୍ପଲ ସର୍ଭେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସାମ୍ନାକୁ ଆସିଛି ଏଭଳି ଉଦବେଗଜନଜ ତଥ୍ୟ । ବିଶେଷ କରି ସହରାଞ୍ଚଳରେ ଏହି ସଂଖ୍ୟା ଅଧିକ । ତଥ୍ୟ ଅନୁସାରେ ଦେଶର ସହରାଞ୍ଚଳରେ ୩୦.୭ ପ୍ରତିଶତ ଛାତ୍ରଛାତ୍ରୀ ଟ୍ୟୁସନ ଉପରେ ନିର୍ଭରଶୀଳ । ସେହିଭଳି ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୫.୫ ପ୍ରତିଶତ ରହିଛି । ତେବେ ଓଡିଶା କଥା ଦେଖିଲେ ଆମ ରାଜ୍ୟର ୫୪.୬ ପ୍ରତିଶତ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଟ୍ୟୁସନ ଯାଉଥିବା ବେଳେ ସହରାଞ୍ଚଳରେ ଏହି ସଂଖ୍ୟା ୬୬.୬ ପ୍ରତିଶତ ରହିଛି । ଏଥିରୁ ସ୍ପଷ୍ଟ ଯେ, ସରକାର ସ୍କୁଲ ଶିକ୍ଷା ପାଇଁ ଯେତେ ଅର୍ଥ ବରାଦ କଲେ ବି ଶିକ୍ଷାଦାନରସ୍ତର ଆଖି ଦୃଶିଆ ହେଉନାହିଁ ।
ଦେଶର ସ୍ଥିତି ଦେଖିଲେ ସହରାଞ୍ଚଳରେ ପ୍ରତି ଛାତ୍ର ପିଛା ହାରାହାରି ୩ ହଜାର ୯୮୮ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଗ୍ରାମାଞ୍ଚଳରେ ଏହା ୧ ହଜାର ୭୯୩ ଟଙ୍କା ରହିଛି । ସେହିଭଳି ହାଇସ୍କୁଲ କ୍ଷେତ୍ରରେ କୋଚିଂ ପାଇଁ ସହରାଞ୍ଚଳ ଛାତ୍ରମାନେ ହାରାହାରି ୯ ହଜାର ୯୫୦ ଟଙ୍କା ଦେଉଥିବାବେଳେ ଗ୍ରାମାଞ୍ଚଳ ଛାତ୍ରମାନେ ୪ ହଜାର ୫୪୮ ଟଙ୍କା ଖର୍ଚ୍ଚ କରୁଛନ୍ତି ।