spot_img

Latest Posts

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ନାଁ ଅଛି ପାନୀୟ ଜଳର ସୁବିଧା ନାଁ ଶୌଚାଳୟର ବ୍ୟବସ୍ଥା

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ନାଁ ଅଛି ପାନୀୟ ଜଳର ସୁବିଧା ନାଁ ଶୌଚାଳୟର ବ୍ୟବସ୍ଥା। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ପିତେଇପାଲି ସ୍କୁଲର । ପିତେଇପାଲି ଓ ଗଜବନ୍ଧ ୨ଟି ଗାଁର ପିଲା ଏଠାରେ ପାଠ ପଢ଼ନ୍ତି । ସ୍କୁଲ ପରିସରରେ ଅଛି ଦୁଇଟି ଅଙ୍ଗନବାଡି କେନ୍ଦ୍ର । ଚାରିଟି ଶ୍ରେଣୀଗୃହରେ ପାଠ ପଢୁଛନ୍ତି ଶିଶୁବlଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ l ତିନି ଜଣ ଶିକ୍ଷକରେ ପାଠ ପଢୁଛନ୍ତି ନଅଟି ଶ୍ରେଣୀର ପିଲା l ହେଲେ ଦୀର୍ଘ ଦିନ ହେବ ନଳକୂପ ମୋଟର ଅଚଳ ହୋଇପଡିଛି। ମଧ୍ୟାହ୍ନ ଭୋଜନ ପାଇଁ ବାହାରୁ ପାଣି ବୋହି କରି ଆଣିବାକୁ ପଡୁଛି l ସେପଟେ ଶୌଚାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପରିସ୍ରା ଓ ଶୌଚ ପାଇଁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l

ସମସ୍ୟା ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସମସ୍ୟା ସାମାଧାନ ପାଇଁ ବ୍ୟବସ୍ଥା କରାଯାଉ ବୋଲି କମିଟି ସଭାପତି କହିଛନ୍ତି l ଅନ୍ୟପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ସ୍କୁଲ ସମସ୍ୟା ପ୍ରତି ସରକାର କେବେ ଦୃଷ୍ଟି ଦେଉଛନ୍ତି ଓ କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।

Latest Posts

Don't Miss