ଆମେରିକାରେ ଭାରତୀୟମାନଙ୍କୁ ପଢ଼ିବା କଷ୍ଟକର, ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ସାକ୍ଷାତକାର ଭିସା ସ୍ଲଟ୍

ଓ୍ବାସିଂଟନ୍: ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏବେ ଆମେରିକାରେ ପଢ଼ିବା କଷ୍ଟ ହୋଇପାରେ । ଏହା ପଛର କାରଣ ହେଉଛି ଭିସା ସାକ୍ଷାତକାର ସ୍ଲଟ ନ ମିଳିବା । ଭିସା ପାଇଁ ଆମେରିକୀୟ ଦୂତାବାସକୁ ଯାଇ ସାକ୍ଷାତକାର ଦେବାକୁ ପଡ଼ିବ । ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ସ୍ଲଟ ନେବାକୁ ପଡ଼ିଥାଏ । ଏଥିପାଇଁ ସ୍ଲଟ ମିଳୁନଥିବା ଜଣାପଡ଼ିଛି । ହଜାର ହଜାଇ ଛାତ୍ରଛାତ୍ରୀ ଆବେଦନ କରି ଅପେକ୍ଷା କରି ରହିଛନ୍ତି । ଗୁଜୁରାଟ ଏବଂ ଅହମ୍ମଦାବାଦର ଅଧିକ ଛାତ୍ରଛାତ୍ରୀ ଏବେ ଆଶା ଆଶଙ୍କାରେ ରହିଛନ୍ତି ।

ଜାନୁଆରୀରେ ପଢ଼ିବାକୁ ଯିବାକୁ ଥିବା ପିଲାମାନଙ୍କୁ ଭିସା ସାକ୍ଷାତକାର ସ୍ଲଟ ମିଳିଯାଇଥିଲା । ଏବେ କିନ୍ତୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯଦି ସେମାନଙ୍କୁ ଭିସା ନ ମିନେ ତାହାଲେ ଆମେରିକାରେ ପଢ଼ିବାକୁ ବଞ୍ଚିତ ହେବେ । ଗୋଟିଏ ଶିକ୍ଷା ବର୍ଷ ସେମାନଙ୍କର ନଷ୍ଟ ହୋଇପାରେ ।