ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ କଟକର ନେତାଜୀ ମ୍ୟୁଜିୟମରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଜି ଦେଶର ଦୁଇ ମହାନ ବରପୁତ୍ରଙ୍କ ଜୟନ୍ତୀ । ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ ହେଉଛି । କଟକରେ ନେତାଜୀ ମ୍ୟୁଜିୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Image result for subhas chandra bose

ଗୋଟିଏ ସମୟରେ ସମଗ୍ର ବିଶ୍ୱର ଶ୍ରଦ୍ଧା ଆଉ ସମ୍ମାନ ସାଉଁଟି ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ ଏହି କଟକର ମାଟି, ପାଣି, ପବନରେ । ୧୮୯୭, ଜାନୁଆରି ୨୩ରେ କଟକ ଓଡ଼ିଆବଜାର ଜାନକୀନାଥ ଭବନରେ ଭୂମିଷ୍ଠ ସୁଭାଷଙ୍କ ଶୈଶବ ଓ କିଶୋର ଅବସ୍ଥାର ମୂକସାକ୍ଷୀ ଏହି ସହର । ଷ୍ଟିୱାର୍ଟ ସ୍କୁଲ (ପ୍ରୋଟେଷ୍ଟାଣ୍ଟ ୟୁରୋପିୟାନ୍ ସ୍କୁଲ), ରେଭେନ୍‌ସା କଲିଜିଏଟ୍ ସ୍କୁଲ ରହିଛି ନେତାଜୀଙ୍କ ମେଧା ଆଉ ପ୍ରତିଭାର ସାକ୍ଷୀ । ବଙ୍ଗାଳୀସାହି ରାମକୃଷ୍ଣ କୁଟୀର, ପୁରୀଘାଟ ରହାସବିହାରୀ ମଠ, ଓଡ଼ିଆବଜାର ସଚ୍ଚିଦାନନ୍ଦ ମଠ, ଯାଜପୁର ମହାମାରୀ ସମୟରେ ସେବା ନେତାଜୀଙ୍କ ସେବାପରାୟଣତା ଭଳି ଅନେକ ଘଟଣାର ସ୍ମୃତି ସଜାଡି ରଖିଛି କଟକ ଆଉ ଓଡ଼ିଶା ମାଟି

Image result for bir surendra sae

ସୁରେନ୍ଦେର ସାଏଙ୍କ ବୀରତ୍ୱଗାଥା ମଧ୍ୟ କହିଲେ ନସରେ । ସେ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଥିବା ବରଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ମୃତ୍ୟୁପରେ ସେ ତାଙ୍କ କାକାଙ୍କ ତତ୍ୱାବଧାନରେ ଘୋଡାଚଢା, ଖଣ୍ଡା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂଗ୍ରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ତାଙ୍କ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ । ଇଂରେଜମାନଙ୍କୁ କଡା ଜବାବ ଦେବାପାଇଁ ୭ ଅକ୍ଟୋବର ୧୮୫୭ରେ ବାରଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ୱାସଘାତକତାର ଶିକାର ହୋଇ ସେ ବନ୍ଦୀ ହୋଇଥିଲେ ଓ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ହିଁ ତାଙ୍କର ପରଲୋକ ହୋଇଥିଲା ।

Related image

ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରିବେ । ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । କଟକ ଗସ୍ତ ପୂର୍ବରୁ ବିଧାନସଭା ପରିସରରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବେ ନବୀନ । ଇଂରେଜ ଶାସନ ବିରୋଧରେ ଲଢିଥିବା ଏହି ଦୁଇ ବୀର ପୁରୁଷଙ୍କୁ ଜୟନ୍ତୀ ଅବସରରେ ତାଙ୍କୁ ମନେ ପକାଉଛି ସାରା ଦେଶ ।

Leave a Reply