spot_img

Latest Posts

କେବେ ସରିବ ସୁଭଦ୍ରା ଚିନ୍ତା ?

ନନ୍ଦିଘୋଷ ବ୍ୟୁରୋ: ସରୁନି ସୁଭଦ୍ରା ଟେନସନ। ଆଧାର ସଂଶୋଧନ କରିବା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ମହିଳା। ଆଧାର ସଂଶୋଧନ ସମସ୍ୟା ଥିବାବେଳେ ବନ୍ଦ ରହିଛି ମୋ ସେବା କେନ୍ଦ୍ର। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ବଣ୍ତା ଜନଜାତି ମହିଳା ଆଧାର ସଂଶୋଧନ କରିନପାରି ନାହିଁ ନ ଥିବା ହଇରାଣ ଭୋଗୁଛନ୍ତି । ଗତ ମାସେ ହେବ ଆଧାର ସଂଯୋଗୀକରଣ ହୋଇପାରୁନଥିବାରୁ ବଣ୍ତା ମହିଳାଙ୍କ ନଥିପତ୍ର ଠିକ ହୋଇପାରୁନାହିଁ । ଫଳରେ ସୁଭଦ୍ରା ପାଇବା ନେଇ ଦ୍ବନ୍ଦ ଦେଖାଦେଇଛ॥ ଗତ କିଛି ଦିନ ତଳେ ଖୋଦ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୁଭଦ୍ରା ସମସ୍ୟାର ତଦାରଖ ପାଇଁ ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ହୋଇପାରୁନି ସମାଧାନ ଯାହାକୁ ନେଇ ବଣ୍ଡାଘାଟି ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Latest Posts

Don't Miss