ନନ୍ଦିଗ୍ରାମରେ ବିଜେପି ବିଜୟୀ, ଶୁଭେନ୍ଦୁଙ୍କ ଗଡରେ ତିଷ୍ଠିଲେନି ଦିଦି

1 min read

କୋଲକାତା: କଭି ଖୁସି, କଭି ଗମ । କେଇଟି ମୂହୂର୍ତ୍ତରେ ଓଲଟିଗଲା ଖେଳ । ନନ୍ଦିଗ୍ରାମରେ ବିଜୟର ସିମ୍ବଲ ଦେଖାଇଥିବା ଦିଦି ଏବେ ପରାଜୟ ହୋଇଛନ୍ତି । ଶେଷ ରାଉଣ୍ଡ ସୁଦ୍ଧା ଅର୍ଥାତ ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମରେ ବିଜୟୀ ହୋଇଛନ୍ତି । ସେପଟେ ପଶ୍ଚିମବଙ୍ଗରେ ରେକର୍ଡ ସ୍ୱତେ ଦିଦି ନିଜ ଆସନରେ ପରାଜୟ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଶେଷ ରାଉଣ୍ଡ ଗଣତି ସୁଦ୍ଧା ଶୁଭେନ୍ଦୁ ଅଧିକାରୀ ୧୯୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ମାତ୍ର ଏକ ଘଣ୍ଟା ପୂର୍ବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମରେ ୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଖବର ଆସିଥିଲା  । ସେପର୍ଯ୍ୟନ୍ତ ମଧ୍ୟ ଭୋଟ ଗଣତି ଶେଷ ହୋଇନଥିଲା  । ସେପଟେ ଶେଷ ରାଉଣ୍ଡରେ ମମତା ହାରିଥିବା ଖବର ଏବେ ସାମ୍ନାକୁ ଆସିଛି  । ଅର୍ଥାତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୯୦୦ରୁ ଅଧିକ ଭୋଟରେ ଜିତିଛନ୍ତି  । ହିନ୍ଦୁତ୍ୱ କାର୍ଡ ଖେଳିଥିବା ଶୁଭେନ୍ଦୁ ଏବଂ ମୁସଲିମ ଗୋଷ୍ଠୀକୁ ନେଇ ରାଜନୈତିକୁ ଅବତୀର୍ଣ୍ଣ ହୋଇଥିବା ମମତା ବାନାର୍ଜୀଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା  । ଶେଷ ରାଉଣ୍ଡ ଭୋଟ ଗଣତିରେ ମମତା ଜିତୁଥିବା ଖବର ପ୍ରକାଶ ପାଇଥିଲା ହେଲେ ମାତ୍ର ଘଣ୍ଟାକ ଭିତରେ ଖେଲ ଓଲଟପାଲଟ ହୋଇଗଲା  ।

ସେପଟେ ନନ୍ଦିଗ୍ରାମରେ ପରାଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ନନ୍ଦିଗ୍ରାମର ପରାଜୟକୁ ମୁଁ ସ୍ୱିକାର କରୁଛି  । କିନ୍ତୁ ସମଗ୍ର ପଶ୍ଚିମବଙ୍ଗରେ ମିଳିଥିବା ବହୁମତ ପାଇଁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ସେପଟେ ପରାଜୟ ପରେ ଦିଦି ସୁପ୍ରିମକୋର୍ଟରେ ଏନେଇ ମାମଲା କରିବେ ବୋଲି କହିଛନ୍ତି  । ନନ୍ଦିଗ୍ରାମ ପରାଜୟ ପଛରେ ନିର୍ବାଚନ କମିସନଙ୍କ ହାତ ରହିଛି  । ଜାଣି ଶୁଣି ସେଠାରେ ବିଜେପିକୁ ଜିତାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ  ।

Leave a Reply