କଙ୍ଗନାଙ୍କ ସମର୍ଥନରେ ସୁବ୍ରମଣ୍ୟମ ସ୍ୱାମୀ, ଆମେ ତୁମ ସାଙ୍ଗରେ ଅଛୁ

1 min read

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ସହିତ ବିବାଦ ମଧ୍ୟରେ ମୁମ୍ବାଇ ଫେରୁଛନ୍ତି କଙ୍ଗନା । ଅନ୍ୟ ପକ୍ଷରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି ।  ବିବାଦ ସମୟରେ ସେ କଙ୍ଗନାଙ୍କ ସାଙ୍ଗରେ ଥିବା କଥା ଟ୍ୱିଟରରେ ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି କି, କଙ୍ଗନାଙ୍କୁ କୁହନ୍ତୁ କି ଭରସା ରଖିବେ । ଏହି ସଂଘର୍ଷରେ ଆମେ ତାଙ୍କ ସହିତ ଅଛୁ ।

ସୂଚନାଯୋଗ୍ୟ ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର ସହିତ ତୁଳନା ଏବଂ ମୁମ୍ବାଇ ପୋଲିସକୁ ନେଇ ନିଜର କଡ଼ା ବୟାନ ଦେବା ପରେ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ହେବ କଙ୍ଗନା ଏବଂ ସଞ୍ଜୟ ରାଉତଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲି ଥିବାର ନଜର ଆସିଛି । କେତେବେଳେ ସଞ୍ଜୟ କଙ୍ଗନାଙ୍କୁ ମୁମ୍ବାଇ ଆସ ନାହିଁ କହୁଛନ୍ତି ତ କେତେବେଳେ ହାରାମଖୋର କହି ସମ୍ବୋଧନ କରିଛନ୍ତି । କଙ୍ଗନାଙ୍କ ବିରୁଦ୍ଧରେ ଡ୍ରଗ୍ସ ମାମଲାକୁ ନେଇ ତଦନ୍ତ କରିବାକୁ ଆଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ଶିବସେନା ନେତା ମୁମ୍ବାଇକୁ ପିଓକେ ସହିତ ତୁଳନା କରିବା ଘଟଣାକୁ ନେଇ ଅଭିଯୋଗ ଦାଖଲ କରିଛନ୍ତି । କଙ୍ଗନାଙ୍କ ନାମରେ ରାଷ୍ଟ୍ରଦୋହ ଅଭିଯୋଗ ଦାଖଲ ହୋଇଛି । ଏହି ଅଭିଯୋଗ ପରେ ସୁବ୍ରମଣ୍ୟମ୍ ସ୍ୱାମୀ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ଲେଖାଥିଲା କି କେଉଁ ପରିପ୍ରେକ୍ଷୀରେ କଙ୍ଗନାଙ୍କ ନାମରେ ଏଭଳି ଅଭିଯୋଗ ହୋଇଛି । କେଉଁ ଆକ୍ଟ ଲାଗୁ କରାଯିବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ଜୁଲାଇ ମାସରେ ସୁବ୍ରମଣ୍ୟମ ସ୍ୱାମୀଙ୍କ ଓକିଲ ସୋସିଆଲ ମିଡିଆରେ ଏକ ସୂଚନା ଦେଇଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା କି ସୁବ୍ରମଣ୍ୟମ ସ୍ୱାମୀ କଙ୍ଗନାଙ୍କୁ ଆଇନ ସମ୍ବନ୍ଧିୟ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

Leave a Reply