ରଥଯାତ୍ରା ସମୟରେ ୪ଟି ଶିକ୍ଷା ଦେଲେ ମହାପ୍ରଭୁ

ଭୁବନେଶ୍ୱର: ଭକ୍ତଶୂନ୍ୟ ବଡଦାଣ୍ଡରେ ଅନୁଷ୍ଠିତ ହେଲା ଏବର୍ଷର ଐତିହାସିକ ରଥଯାତ୍ରା । ଘରେ ଟିଭି ଓ ମୋବାଇଲରେ ରଥଯାତ୍ରା ଦେଖି ଭାବବିହ୍ୱଳ ହେଲେ ଭକ୍ତ । ଏହି ଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । କରୋନା ମହାମାରୀର ମୁକାବିଲା ପାଇଁ ମହାପ୍ରଭୁ ଭକ୍ତଙ୍କୁ ଦେଇଛନ୍ତି ୪ଟି ପରାମର୍ଶ ।

ଧର୍ଯ୍ୟ, ଅନୁଶାସନ, ଏକଜୁଟ ରହିବା ଓ ତ୍ୟାଗ ସ୍ୱୀକାର କରିବା । ମହାପ୍ରଭୁ କହିଛନ୍ତି ଗତ ୩ ମାସ ଧରି ମୁଁ ଧର୍ଯ୍ୟ ରଖି ଶ୍ରୀମନ୍ଦିର ଭିତରେ ହୋମ କ୍ୱାରେଣ୍ଟାଇନରେ ରହିଲି । ସେଥିପାଇଁ ମୋ ରଥ ଗଡ଼ିଲା । ଭକ୍ତମାନେ ବି ଧର୍ଯ୍ୟ ରଖିଲେ ସେମାନଙ୍କ ରଥ ଗଡ଼ିବ । ମହାପ୍ରଭୁ ବି ଅନୁଶାସନ ମଧ୍ୟରେ ରଥଯାତ୍ରାରେ ବାହାରିଥିଲେ ।

Puri's Jagannath Rath Yatra goes off smoothly without devotees ...

ଜିଲ୍ଲାପାଳ ଓ ପୋଲିସର ଅନୁଶାସନ ମାନି ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ପହଁଚିଲି । ଭକ୍ତମାନେ ବି ଅନୁଶାସନ ରକ୍ଷା କରନ୍ତୁ ଆଉ କରୋନାର ମୁକାବିଲା କରନ୍ତୁ । ରାଜ୍ୟ ସରକାର, କେନ୍ଦ୍ର ସରକାର, ସେବାୟତ, ସର୍ବୋପରି ସୁପ୍ରିମକୋର୍ଟ ମଧ୍ୟ ଏକାଠି ହେବାରୁ ମୋ ରଥଯାତ୍ରା ଅନୁଷ୍ଠିତ ହେଲା । ଆଉ ୨୪ ଘଣ୍ଟାରେ ସବୁ ପ୍ରସ୍ତୁତି ଶେଷ ହେଲା । ସବୁ ରୋଗ କଷ୍ଟକୁ ମୋ ରଥ ଚକା ତଳେ ଦଳିଦେଇଛି ।

ତେଣୁ କରୋନାକୁ ପରାହତ କରିବାକୁ ହେଲେ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ । ସେହିଭଳ ପରାକ୍ରମି ଶତ୍ରୁକୁ ଜିତିବାକୁ ତ୍ୟାଗର ଆବଶ୍ୟକତା ପଡୁଥାଏ । ମହାପ୍ରଭୁ ନିଜେ ମଧ୍ୟ ତ୍ୟାଗ ସ୍ୱୀକାର କରି ୧୦ ଲକ୍ଷ ବଦଳରେ ୧୫ଶହ ସେବାୟତାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କରିଛନ୍ତି । ତେଣୁ ସମସ୍ତେ ତ୍ୟାଗ ସ୍ୱୀକାର କରି ଅଳ୍ପରେ ଖୁସି ରହିବା ଉଚିତ ବୋଲି ମହାପ୍ରଭୁ ସବୁ ଭକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Leave a Reply