ଅମାନିଆଙ୍କୁ ଚେତାବନୀ, ସଂଘରୋଧ କେନ୍ଦ୍ର ପାଚେରୀ ଡ଼େଇଁଲେ ବନ୍ଧା ହେବ  

ଭୁବନେଶ୍ୱର: ଅନ୍ୟ ରାଜ୍ୟରୁ ଫେରୁଥିବା ବ୍ୟକ୍ତିଙ୍କୁ ବାରମ୍ବାର ଧୈର୍ଯ୍ୟର ସହ କ୍ୱାରେଣ୍ଟାଇନ ନିୟମକୁ ଅନୁପାଳନ କରିବାକୁ ଅନୁରୋଧ କରୁଛନ୍ତି ସରକାର । ପ୍ରାୟ ୯୦ ପ୍ରତିଶତ ଲୋକ କ୍ୱାରେଣ୍ଟାଇନ ନିୟମକୁ ପାଳୁଥିବା ବେଳେ ଅମାନିଆ ହେଉଛନ୍ତି ମାତ୍ର ୧୦ ପ୍ରତିଶତ । ସେମାନଙ୍କ ପାଇଁ ଏବେ କଠୋର ହୋଇଛନ୍ତି ସରକାର। ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ସତର୍କ କରାଇଦେଇଛନ୍ତି । ଅପିଲ କରିଛନ୍ତି ଯେ, ଓଡିଶା ଫେରୁଥିବା ପ୍ରତ୍ୟେକ ପ୍ରବାସୀ ଆମ ନିଜର । ସାମାନ୍ୟତମ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ ।

ଯେଉଁମାନେ ଓଡିଶା ଫେରୁଛନ୍ତି ସେମାନେ ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ । ନହେଲେ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁ ମାନେ କ୍ୱାରେଣ୍ଟାଇନ ଭାଙ୍ଗି ବାହାରକୁ ଯାଉଛନ୍ତି । ସେମାନେ ସେମାନଙ୍କର ଚେଷ୍ଟାରେ ସଫଳ ହେବେ ନାହିଁ । କାରଣ ଓଡ଼ିଶା ବାହାର ରାଜ୍ୟ ଭଳି ଏତେ ବଡ଼ ନୁହେଁ ।

ତେଣୁ ଲୁଚୁଥିବା ଲୋକଙ୍କୁ ଖୋଜି ବାହାର କରିବାକୁ ପ୍ରଶାସନକୁ ମାତ୍ର କେଇ ଘଣ୍ଟା ଲାଗିବ ।ତେଣୁ ପ୍ରଶାସନର ଧୈର୍ଯ୍ୟକୁ ପରୀକ୍ଷା ନକରିବାକୁ ଚେତାଇ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକୁ ବିଭିନ୍ନ ରାଜ୍ୟରୁ ୮ହଜାର ୮୩୦ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୬ହଜାର ୩୮୨ ଜଣ ବସରେ, ୨ହଜାର ୪୦୯ଜଣ ଟ୍ରେନରେ ଏବଂ ୩୯ ଜଣ ନିଜ ନିଜ ବ୍ୟବସ୍ଥାରେ ଫେରିଛନ୍ତି ।

Leave a Reply