ଯେତେବେଳେ ଷ୍ଟେଥୋସ୍କୋପ୍ ଛାଡି ଠେଙ୍ଗା ଧରି କରୋନା ସନ୍ଦିଗ୍ଧଙ୍କୁ ଗୋଡାଇଲେ ଡାକ୍ତର

ମକରାନା(ରାଜସ୍ଥାନ): ହାତରେ ଠେଙ୍ଗା ଧରି ଦୌଡୁଥିବା ଏହି ଡାକ୍ତର ହେଉଛନ୍ତି ରାଜସ୍ତାନର ମକରାନାର । କରୋନା ସଂକ୍ରମଣରୁ ଲୋକଙ୍କୁ ବଂଚାଇବା ପାଇଁ ଏହି ଡାକ୍ତର ଜଣକ  ଷ୍ଟେଥୋସ୍କୋପ୍ ଛାଡି ଠେଙ୍ଗା ଧରିଛନ୍ତି ।

କଣ ପାଇଁ ଡାକ୍ତର ଉଠାଇଲେ ଠେଙ୍ଗା ?

ରାଜସ୍ତାନର ମକରାନାର ଲୁହାରପୁରା ଗାଁରେ ବାହାରୁ ଆସିଥିବା ୩୮ ଜଣ ଯୁବକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ସେମାନଙ୍କ ଯାଂଚ ପାଇଁ ଡାକ୍ତରୀ ଟିମ୍ ଉକ୍ତ ଅଂଚଳରେ ପହଂଚିଥିଲେ । ଫଟୋରେ ଦେଖାଯାଉଥିବା ଡାକ୍ତରଙ୍କ ନାମ ହେଉଛି ଡ.ଆବିଦ୍ । ଆବିଦ ଘଟଣାସ୍ଥଳରେ ପହଂଚିବା ପରେ କ୍ୱାରେଣ୍ଟାଇନରେ ଥିବା ଯୁବକଙ୍କ ମଧ୍ୟରୁ ଜଣେ ପଦାକୁ ବାହାରି ଆସିଥିଲେ । ତାଙ୍କୁ ଘର ଭିତରକୁ ଯିବାକୁ କୁହାଯାଇଥିଲେ ମଧ୍ୟ ସେ ଯାଇନଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ମଧ୍ୟ ତାମସା ଦେଖିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ଶେଷରେ ଯୁବକଙ୍କୁ ଡରାଇବା ପାଇଁ ଡ.ଆବିଦ କାର ଭିତରେ ରଖିଥିବା ଲାଠି ଉଠାଇ ତା’ପଛରେ ଦୌଡିଥିଲେ ।

ଡାକ୍ତର ଆବିଦ କ’ଣ କହୁଛନ୍ତି ?

ଡାକ୍ତର ଆବିଦଙ୍କ କହିବା ହେଉଛ ଆମେ ଲୋକଙ୍କ ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଉଛୁ । କିନ୍ତୁ ଲୋକେ ସବୁକିଛିକୁ ହାଲୁକାରେ ନେଉଛନ୍ତି । ତେଣୁ ସେମାନଙ୍କୁ ଭୟ ମଧ୍ୟ ଦେଖାଇବାକୁ ପଡିବ ।

 

Leave a Reply