ସୁଏଜ କେନାଲରୁ ହଟିଲା ଟ୍ରାଫିକ୍ ଜାମ୍,୩ଶହରୁ ଅଧିକ ଜାହଜଙ୍କ ପାଇଁ ରାସ୍ତା ସଫା

Suez Canal: Giant ship blocking Suez Canal finally freed

କାଇରୋ: ସୁଏଜ କେନାଲରେ ଗତ ଏକ ସପ୍ତାହ ଧରି ଲାଗି ରହିଥିବା ଟ୍ରାଫିକ୍ ଜାମ ହଟିଛି । କେନାଲ କୁଳରେ ଲାଗି ରହିଥିବା ବିଶାଳକାୟ ବାଣିଜ୍ୟକ ପୋତ ଏଭର ଗିଭେନକୁ ସଫଳତାର ସହ ହଟାଯାଇଛି । ଫଳରେ କେନାଲର ଫଶି ରହିଥିବା ୩୬୭ ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ତାଇୱାନର ଏଭରଗ୍ରୀନ୍ କମ୍ପାନୀ ମାଲିକାନାରେ ଥିବା ଏଭର ଗିଭେନ୍ ଜାହଜ ଭୀଷଣ ସାମୁଦ୍ରିକ ପବନ କାରଣରୁ କୁଳକୁ ଚାଲିଯାଇଥିଲା । ଫଳରେ କେନାଲର ମୁହାଁଣ ବନ୍ଦ ହୋଇଯାଇଥିଲା । ଏହି ଜାହାଜର ଆକାର ୪ଟି ଫୁଟବଲ ପଡିଆ ସହିତ ସମାନ । ଏତେବଡ ବିଶାଳ ଜାହଜ କେନାଲ ମୁହାଁଣରେ ତେରଛା ହୋଇ ଲାଗି ରହିଥିବା କାରଣରୁ ବାକି ଜାହଜଙ୍କୁ ଆଗକୁ ବଢିବାକୁ ରାସ୍ତା ମିଳୁନଥିଲା ।

୧୮୬୭ ମସିହାରେ ନିର୍ମିତ ସୁଏଜ କେନାଲ ଭୂମଧ୍ୟ ସାଗର ଓ ଲୋହିତ ସାଗରକୁ ଯୋଡିଥାଏ । ଏହି କେନାଲ କାରଣରୁ ଏସିଆ ଓ ୟୁରୋପ ମଧ୍ୟରେ ଦୂରତା କମିଥାଏ । ବିଶ୍ୱର ୧୨ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ଏହି ରୁଟରେ ହୋଇଥାଏ । ୨୦୨୦ରେ ଏହି କେନାଲ ଦେଇ ୧୯ ହଜାର ଜାହଜ ଯାଇଥିଲେ । ଯାହାର ଅର୍ଥ ହେଉଛି ପ୍ରତ୍ୟହ ୫୧ରୁ ଅଧିକ ଜାହଜ ଏହି କେନାଲକୁ ଅତିକ୍ରମ କରିଥାନ୍ତି ।

ତାଇୱାନ କମ୍ପାନୀ ଏଭରଗ୍ରୀନ ମରିନର ଏହି ଜାହଜ ୨୦୧୮ ମସିହାରେ ତିଆରି ହୋଇଥିଲା । ଯାହାର ଲମ୍ବ ୪ଶହ ମିଟର(୧୩୧୨ ଫୁଟ) ଓ ଓସାର ୫୦ ମିଟର । ଏହାର ମାଲବହନ କ୍ଷମତା ହେଉଛି ୧,୧୯,୦୦୦ ଟନରୁ ଅଧିକ । ୪ଟି ଫୁଟବଲ ପଡିଆକୁ ମିଶାଇଲେ ଯେତିକି ହେବ ଏଭର ଗିଭେନର ଆକାର ସେତିକି । ଅନେକ ପ୍ରକାରର ମାଲବାହକ ଜାହଜ ରହିଛନ୍ତି । ଯାହାମଧ୍ୟରୁ ପୈନାମାକ୍ସ ଶ୍ରେଣୀର ଜାହଜଙ୍କ ଲମ୍ବ ୩ଶହ ମିଟରରୁ ଅଧିକ ହୋଇଥାଏ । ସେହିଭଳି ଅଲ୍ଟ୍ରା ଲାର୍ଜ କଣ୍ଟେନର ସିପ୍ ଗୁଡିକଙ୍କ ଲମ୍ବ ୩୬୬ ମିଟର ହୋଇଥାଏ ।ଯେତେବେଳେକି ଏଭର ଗିଭନ ଅଲ୍ଟ୍ରା ଲାର୍ଜ ସିପ୍ ଠାରୁ ୪୦ ମିଟର ଅଧିକ ଲମ୍ବ । ୨୦ଫୁଟ ଲମ୍ବ ବିଶିଷ୍ଟ ୨୦ ହଜାର ସିପିଂ କଣ୍ଟେନରକୁ ବହନ କରିବାର କ୍ଷମତା ଏହି ଜାହଜର ରହିଛି ।

Leave a Reply