ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା, ଘର ପଙ୍ଖାରେ ଝୁଲି ପଡ଼ିଲେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ଏଥର ଜଣେ ସରକାରୀ କର୍ମଚାରୀ ଘରେ ପଙ୍ଖାରେ ଝୁଲି ପଡ଼ିଛନ୍ତି । ଘଟଣା ଘଟିଛି ନୟାପଲ୍ଲୀ ଥାନା ରେଣ୍ଟାଲ କଲୋନୀରେ । ବନ୍ଦ ଘରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତକ ହେଉଛନ୍ତି ୪୪ ବର୍ଷୀୟ କୃଷ୍ଣଚନ୍ଦ୍ର ସେନାପତି । ତାଙ୍କ ଘର ବାଲିପାଟଣାର ଥାନା ଅଭୟମୁଖୀରେ । କୃଷ୍ଣଚନ୍ଦ୍ର ସେନାପତି ପୋଲିସ ବାଟାଲିୟନରେ କାର୍ଯ୍ୟରତ ଥିଲେ । ମାନସିକ ଦୁଶ୍ଚିନ୍ତାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ଛାନଭିନ ଜାରି ରହିଛି ।