ବାହୁଡା ପରେ ବଡଦାଣ୍ଡରେ ତିନି ରଥ… ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ

Suna Besa ritual of lord jagannath along with his brother and sister to be performed in puri

ପୁରୀ: ସରିଲା ନବଦିନାତ୍ମକ ଯାତ୍ରା । ଳିଳା ଖେଳା ସାରି ସରଧାବାଲିରୁ ବଡ ଦାଣ୍ଡକୁ ଲେଉଟିଲେ ଶ୍ରୀଜିଉ । ହେରା ପଞ୍ଚମିରେ ମହାଲକ୍ଷ୍ମୀ ରଥ ଭାଙ୍ଗିବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କର ବାହୁଡା ଯାତ୍ରା । ଆଉ ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଗତ କାଲି ବାହୁଡା ଯାତ୍ରା ପରେ ଶ୍ରୀମନ୍ଦିର ଫେରନ୍ତା ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ।  ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ ବା ବଡ଼ତଢାଉ ବେଶ । ଆଜି ମଧ୍ୟାନ ଧୂପ ପରେ ଆରମ୍ଭ ହେବ ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିବ ମହାପ୍ରଭୁକଙ୍କର ମହଣ ମହଣ ସୁନା । ସେବାୟତମାନେ ମହାପ୍ରଭଙ୍କୁ ଲାଗି କରିବେ ସୁନା । ୩ଟା ୩୦ ମିନିଟ ସମୟରେ ଆରମ୍ଭ ହେବ ସୁନାବେଶ ନୀତିକାନ୍ତୀ  । ଏହାପରେ ସାଢ଼େ ୩ଘଣ୍ଟା ପରେ ସୁନା ବେଶ ଶେଷ ହେବ ।

ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରେର ଝଲସିବେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣ ରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିର୍ଣ୍ଣ ଭିର୍ଣ୍ଣ ସ୍ଵର୍ଣ ଅଳଙ୍କାର ରେ ଅଳଙ୍କୃତ ହେବ ଶ୍ରୀଜିଉ। ଭଣ୍ଡାର ଘରୁ ପାଳିଆ ମେକାପ ,ଖୁଣ୍ଟିଆ ସେବକ,ପୋଲିସ ଫୋର୍ସ,ମନ୍ଦିର ତଥା ଗାରଦ କର୍ମଚାରୀଙ୍କ ସହାୟତାରେ ଟନ ଓଜନର ସୁନା ଅଳଙ୍କାର ଶ୍ରୀମନ୍ଦିରରୁ ଅଣାଯିବ। ପରେ ଏହାକୁ ପାଳିଆ ପୁଷ୍ପାଳକ ,ଦଇତାପତି ,ଖୁଣ୍ଟିଆ ମେକାପ ,ତଳୁଛ ଓ ଭିତରଛୁ ସେବାୟତ ମାନେ ଶ୍ରୀଜିଉଙ୍କୁ ରଥ ଉପରେ ବେଶ କରାଇବେ ।

ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଶ୍ରୀଜୀଉଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ଶେଷ କରି ସୁନାବେଶ ଅନୁଷ୍ଠିତ ହେବ । ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଷ ଅଧିକ ରହିଛି | ତେବେ ଆଜି ସୁନାବେଶର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବରେ ସମାପନ କରାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଯାଇଛି ।

Leave a Reply