ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ, ଗରିବ ମେଧାବୀଙ୍କୁ ଦେବ ମାଗଣା ଶିକ୍ଷା…

2 min read
Sundergarh Collector

ସୁନ୍ଦରଗଡ଼: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ । ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।

ପ୍ରଶାସନ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଜିଲ୍ଲାରେ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗରିବ ଓ ମେଧାବୀ ହୋଇଥିବେ, ଏହାସହ ଖଣି ପ୍ରଭାବିତ ଅଞ୍ଚଳର ହୋଇଥିବେ । ସେମାନେ ଜିଲ୍ଲା ପ୍ରଶାସନର ଏହି ସୁବିଧା ପାଇପାରିବେ । ୬ଟି ଖଣି ପ୍ରଭାବିତ ଅଞ୍ଚଳ ତଥା ବ୍ଲକ୍‌ର ଛାତ୍ରଛାତ୍ରୀ ଏହାର ବିଶେଷ ଫାଇଦା ପାଇପାରିବେ ବୋଲି ଆଶା କରାଯାଉଛି । ଏନେଇ ଜିଲ୍ଲାପାଳ ନିଖିଲ ପଓ୍ୱନ୍‌ କଲ୍ୟାଣ ନିଜେ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ ପତ୍ରାପାଲିଠାରେ ମଙ୍ଗଳବାର ଏହି  କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି ।

Leave a Reply