spot_img

Latest Posts

ବଦଳିଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡିଓ

ସୁନ୍ଦରଗଡ଼: ବଦଳିଲେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବିଡିଓ । ପଲ୍ଲବୀ ରାଣୀ ରାଜଙ୍କୁ ଉତ୍ତରାଞ୍ଚଳ ଆରଡିସି ଅଫିସ ସମ୍ବଲପୁରକୁ ବଦଳି କରାଯାଇଛି । କୋଇଡା ବିଡିଓଙ୍କ ସହ ୧୨ ଜଣ ଓଏଏସ ଅଫିସରଙ୍କ ବଦଳି କରାଯାଇଛି । କୋଇଡା ବିଡିଓଙ୍କୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା । କୋଇଡା ବିଡିଓଙ୍କୁ ତାଙ୍କ ବାପା ଓ ଭାଇ ମାଡ଼ ମାରିଥିବା କୋଇଡା ବିଡିଓ କୋଇଡା ଥାନାରେ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଅଭିଯୋଗ କରିଥିଲେ। ବିଭିନ୍ନ ସମୟରେ ବାପା ଓ ଭାଇ ଟଙ୍କା ମାଗୁଥିବା ଓ ଧମକ ଦେଉଥିବା ବିଡିଓ ଥାନାରେ ଅଭିଯୋଗ କରିଥିଲେ । ଗଣ୍ଡଗୋଳ ଶୁଣି ଆସିଥିବା ସମୟରେ ସହାୟକ ଯନ୍ତ୍ରୀଙ୍କୁ ବାପା ଓ ଭାଇ ମାଡ ମାରିଥିବା ବିଡିଓ ଅଭିଯୋଗ କରିଥିଲେ। ପରେ କୋଇଡା ପୋଲିସ ବିଡିଓଙ୍କ ବାପାଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

କୋଇଡା ବିଡିଓ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିଥିବା ଅଭିଯୋଗ କରି ବିଡିଓଙ୍କ ବଦଳି ଦାବିରେ ସିପିଆଇଏମ ଦଳ ପକ୍ଷରୁ ଗତ ମାସ ୨୧ ତାରିଖ କୋଇଡା ବ୍ଲକରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନକାରୀ କୋଇଡା ଅଞ୍ଚଳରେ ଥିବା ବିଭିନ୍ନ ଖଣି ଓ ରେଲୱେ ସାଇଡିଙ୍ଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କୋଇଡାରୁ ଖଣିଜ ପଦାର୍ଥ ପରିବହନ ବନ୍ଦ କରିଥିଲେ । ଏହାସହ ପୂର୍ବରୁ ମଧ୍ୟ ସିପିଆଇଏମ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।

Latest Posts

Don't Miss