spot_img

Latest Posts

ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳିକୁ ନେଇ ଏମିତି କହିଲେ ସୁନିଲ ଗାଭାସ୍କର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମାନା କରିଥିବାବେଳେ କେ.ଏଲ. ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋର ଦେଇଛି। ୧୦୫ ବଲରୁ ୭୦ ରନର ପାଳି ଖେଳି ଅପରାଜିତ ଅଛନ୍ତି ରାହୁଲ। ଜୟସ୍ବାଲ, ରୋହିତ ଏବଂ ଗିଲ୍ ବିଫଳ ହେବାପରେ କୋହଲି ଦଳର ମଙ୍ଗ ସମ୍ଭାଳିଥିଲେ।

ମାତ୍ର ରାହୁଲ ଏକମାତ୍ର ଖେଳାଳିଭାବେ ଭାରତ ପକ୍ଷରୁ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଯାହାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କାର ପ୍ରଂଶସା କରିଛନ୍ତି। ସେ କହିଛନ୍ତି କି, ଏହି ୭୦ ରନର ପାଳି କୌଣସି ଶତକୀୟ ପାଳିଠାରୁ କମ ନୁହେଁ। ଏହାସହ ଇରଫାନ ପଠାନ ମଧ୍ୟ ରାହୁଲଙ୍କୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଲଢ଼ୁଆ ପାଳି ପାଇଁ ଭାରତ ୨୦୦ ରନ କରିବାରେ ସକ୍ଷମ ହୋଇଛି।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୨୦୮ ରନରେ ୮ ଓ୍ବିକେଟ ହରାଇଛି। ରାହୁଲ ଏବଂ ସିରାଜ ଆଜି ଖେଳ ଆରମ୍ଭ କରିବେ। ରାହୁଲ ଶତକୀୟ ପାଳି ଖେଳିବେ ବୋଲି ଫ୍ୟାନ୍ସମାନେ ଆଶା କରିଛନ୍ତି। ସେପଟେ ରାହୁଲ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନଭାବେ ଓପନିଂ କରିଥିବାବେଳେ ପ୍ରଥମଥର ପାଇଁ ଟେଷ୍ଟରେ ମିଡିଲ ଅର୍ଡର ସମ୍ଭାଳିଛନ୍ତି।

Latest Posts

Don't Miss