ଫିଲିପିନ୍ସରେ ସାମୁଦ୍ରିକ ଝଡ଼ ରାଗାସାର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ : ଫିଲିପିନ୍ସରେ ସାମୁଦ୍ରିକ ଝଡ଼ ରାଗାସାର ତାଣ୍ଡବ। ସୁପର ଟାଇଫୁନ ବୋଲାଉଥିବା ରାଗାସା ଲିପିନ୍ସରେ ତାଣ୍ଡବ ରଚିଛି। ଶକ୍ତିଶାଳୀ ସାମୁଦ୍ରିକ ଝଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବେଳେ ଧ୍ଵଂସସ୍ତୁପ ପାଲଟିଛି ଫିଲିପିନ୍ସ। ଏହାର ପ୍ରଭାବରେ ହଂକଂରେ ୭୦୦ ବିମାନକୁ ବାତିଲ କରିଛି ସେଠାକାର ପ୍ରଶାସନ। ହଂକଂ ଏବଂ ମାକାଉରେ ସ୍କୁଲ ବନ୍ଦ କରିଦିଆଯାଇଛି। ସୁପର ଟାଇଫୁନ୍ ରାଗାସା ଆହୁରି ବଳ ଗୋଟାଏ ଚୀନ ଆଡ଼କୁ ମାଡି ଆସୁଛି।
ସୁରକ୍ଷା ଦୃଷ୍ଟିରୁ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚୀନ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉତ୍ତର ଫିଲିପାଇନ୍ସ ଦେଇ ଅତିକ୍ରମ ପରେ ସୁପର ଟାଇଫୁନ୍ ରାଗାସା ହଂକଂ ନିକଟକୁ ଆସୁଥିବାରୁ ଏହାର ତୀବ୍ରତା ବଜାୟ ରଖିଛି। ହଂକଂ କର୍ତ୍ତୃପକ୍ଷ ପକ୍ଷରୁ ସର୍ବାଧିକ ଟାଇଫୁନ୍ ଚେତାବନୀ ଜାରି କରାଯାଇଛି। ଆଜି ସନ୍ଧ୍ୟାରୁ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ଫିଲିପିନ୍ସ ପାଣିପାଗ ସଂସ୍ଥା ଅନୁଯାୟୀ ଚଳିତ ବର୍ଷ ରାଗାସାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଉଛି। ସର୍ବାଧିକ ୧୮୫କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିଥିଲା। ପବନର ଗତି ଘଣ୍ଟାପ୍ରତି ୨୩୦ କିମି ବେଗରେ ବହିବା ସମ୍ଭାବନା ରହିଛି। ଚୀନ ଉପକୂଳ ଆଡକୁ ଆସୁଥିବା ସମୟରେ ଟାଇଫୁନ୍ ଟି ସାମାନ୍ୟ ଦୁର୍ବଳ ହେବା ଅନୁମାନ କରାଯାଉଛି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ବର୍ତ୍ତମାନର ଶକ୍ତି ବଜାୟ ରଖିବ ବୋଲି ପୂର୍ବାନୁମାନ କରାଯାଇଛି।