ସାର କଳାବଜାରୀ ହେଉଛି, ସାର ସଂକଟ ନେଇ ସତ ମାନିଲେ ଯୋଗାଣ ମନ୍ତ୍ରୀ

ସାର କଳାବଜାରୀ ହେଉଛି: ଯୋଗାଣମନ୍ତ୍ରୀ । ସାର ସଂକଟ ନେଇ ସତ ମାନିଲେ ଯୋଗାଣମନ୍ତ୍ରୀ । ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସାର କଳାବଜାରୀ ହେଉଛି । ଏହା ଉପରେ ସରକାର ନଜର ରଖିଛନ୍ତି । ରାଜ୍ୟରେ ଆବଶ୍ୟକ ସାର ମହଜୁଦ ଅଛି । ଆବଶ୍ୟକ ସାରର ସୁବଣ୍ଟନ ପାଇଁ ବ୍ୟବସ୍ଥା କରାଯାଉଛି । ସମସ୍ତ ଚାଷୀ ଯେପରି ସାର ପାଇବେ ସେଥିଲାଗି ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ ଚାଷୀ ବ୍ୟତିବ୍ୟସ୍ତ ନହେବାକୁ କହିଛନ୍ତି ଚାଷୀ । ସାର କଳାବାଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଯେଉଁଠାରେ କଳାବଜାରୀ ହେଉଛି ଏହାକୁ ରୋକିବାକୁ ରେଡ୍ ମଧ୍ୟ କରାଯାଉଛି । କଳାବଜାରୀ ସାର ଗୁଡିକୁ ଜବତ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।