spot_img

Latest Posts

Farm Laws: ସୁପ୍ରିମକୋର୍ଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କଲା କମିଟି

ନୂଆଦିଲ୍ଲୀ: ବିବାଦୀୟ ତିନି କୃଷି ଆଇନକୁ ନେଇ ସାରା ଦେଶରେ ଜାରି ରହିଛି ଚାଷୀଙ୍କ ବିରୋଧ ଓ ଅନଶନ। ଏହାରି ଭିତରେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ତିନି ଜଣିଆ କମିଟି ସୁପ୍ରିମକୋର୍ଟଙ୍କ ନିକଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କରିଛନ୍ତି।

ଗତ ଜାନୁଆରୀ ୧୨ ତାରିଖରେ ଶୁଣାଣି ସମୟରେ ସାରା ଦେଶରେ ଏହି ବିବାଦୀୟ କୃଷି ଆଇନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ କରାଯାଇ ପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଏହାସହ କୃଷି ଆଇନର ବିଭିନ୍ନ ବିବାଦ ଓ ବିତର୍କ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗଠନ ହୋଇଥିଲା ୩ ଜଣିଆ କମିଟି।  ତେବେ ଏହି ୩ ଜଣିଆ କମିଟି ଗତକାଲି ସୁପ୍ରିମକୋର୍ଟରେ କୃଷି ଆଇନକୁ ନେଇ ରିପୋର୍ଟ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ କହି ମୋଦି ସରକାର ସଂସଦରେ ତିନୋଟି କୃଷି ବିଲ୍ ଆଗତ କରିଥିଲେ । କୁହାଯାଇଥିଲା- ଏହି ବିଲ୍ ଦ୍ୱାରା ମଧ୍ୟସ୍ଥି ହଟିବା ସହ ଚାଷୀ ଦେଶର କୌଣସି ସ୍ଥାନରେ ଫସଲ ବିକି ପାରିବେ । ହେଲେ କେନ୍ଦ୍ରର ଏହି ତିନି କୃଷି ଆଇନକୁ ବିରୋଧ କରି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସରକାରଙ୍କ ସହ ଏକାଧିକ ବାର ବୈଠକ ପରେ ବି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଦେଶବ୍ୟାପୀ କୃଷି ଆଇନ୍ ବିରୋଧରେ କୃଷକ ଆରମ୍ଭ କରିଛନ୍ତି ଅଭିଯାନ।

Latest Posts

Don't Miss