ଫ୍ରି’ରେ କରୋନା ଟେଷ୍ଟ କରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟେଷ୍ଟକୁ ଫ୍ରି କରିବାକୁ କହିଲେ ସୁପ୍ରିମକୋର୍ଟ । ବୁଧବାର ଏ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଘରୋଇ ଲ୍ୟାବ୍‌ରେ ମଧ୍ୟ କରୋନା ପରୀକ୍ଷା କରାଇବା ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଲୋକଙ୍କଠାରୁ ଘରୋଇ ହସ୍ପିଟାଲ ଯେଭଳି ଟଙ୍କା ସଂଗ୍ରହ ନକରିବେ ସେନେଇ ସୁନିଶ୍ଚିତ କରିବାକୁ ମଧ୍ୟ କହିଛନ୍ତି । ଏବଂ ସେ ବାବଦକୁ ଘରୋଇ ହସ୍ପିଟାଲକୁ କିଭଳି ଟଙ୍କା ଦିଆଯାଇପାରିବ ସେ ବ୍ୟବସ୍ଥା କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

କରୋନା ଟେଷ୍ଟ ଏବଂ ଏହାକୁ ବ୍ୟାପିବାକୁ ରୋକିବା ଦିଗରେ କାର୍ଯ୍ୟରତ ଡାକ୍ତର ଓ ମେଡିକାଲ କର୍ମଚାରୀ ସୁରକ୍ଷା ନେଇ ଦାୟର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୁଦ୍ଧର ହିରୋ ବୋଲି କହିଛନ୍ତି ।

ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କହିଛନ୍ତି ଯେ, ପ୍ରତିଦିନ ୧୧୮ ଲ୍ୟାବ୍‌ରେ ଟେଷ୍ଟ କରାଯାଉଛି ଯାହା ଦୈନିକ ୧୫ହଜାର ଟେଷ୍ଟ କରିବାର କ୍ଷମତା ରହିଛି । ଆଗକୁ ୪୭ଟି ନୂଆ ଘରୋଇ ଲ୍ୟାବ୍‌ରେ ଟେଷ୍ଟ କରିବାକୁ ଅନୁମତି ଦିଆଯିବ ।

Leave a Reply