ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି। ବିହାର ସମେତ ଅନ୍ୟାନ୍ୟ ରାଜ୍ୟରେ ଏସଆଇଆର କରିବା ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ପିଟିସନର ଶୁଣାଣି କରୁଛନ୍ତି କୋର୍ଟ। ନଥିଜନିତ ଆବେଦନକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ନାଗରିକତ୍ବ ସମ୍ପର୍କରେ ଇସିଆଇ ନିର୍ଦ୍ଧାରଣ କରିପାରିବେ କି? ଜଣେ ମତଦାତାଙ୍କ ବୟସ ଓ ଆବାସସ୍ଥଳୀକୁ ଯାଞ୍ଚ କରିବା କ୍ଷମତା ଇସିଆଇଙ୍କ ରହିଛି କି? ଏପରି କିଛି ପ୍ରସଙ୍ଗ ନେଇ ହୋଇଥିବା ଆବେଦନର ଶୁଣାଣି କରୁଛନ୍ତି କୋର୍ଟ। ଏସଆଇଆରକୁ ବିରୋଧ କରୁଥିବା ପିଟିସନରକାରୀଙ୍କ ଲାଗି ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଶାଦାନ ଫରସାତ, ପି.ସି. ସେନ। ଧାରା ୧୪ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ସହ ଧାରା ୩୨୪ ଅନୁସାରେ ନିର୍ବାଚନ କମିଶନଙ୍କ କ୍ଷମତା ନିର୍ଦ୍ଧାରିତ ହେବା ଉଚିତ ବୋଲି କହିଛନ୍ତି ଖଣ୍ଡପୀଠ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ।

