ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ ଖାରଜ । ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଏଭଳି ଆବେଦନ ଛାତ୍ରଛାତ୍ରୀଙ୍କୁ ମିଛ ଆଶ୍ୱାସନା ଦେଉଛି । ପୂରା ଦେଶରେ ପରୀକ୍ଷାକୁ ନେଇ ଭ୍ରମ ସୃଷ୍ଟି ହେଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କରୋନା ସଂକ୍ରମଣ ଯୋଗୁ ସିବିଏସଇ ଦଶମ ଓ ଦ୍ୱାଦଶ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ୧୫ଟି ରାଜ୍ୟର ଛାତ୍ରଛାତ୍ରୀ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍କିଂ ବ୍ୟବସ୍ଥା କରିବାକୁ ଆବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ସିବିଏସଇ ସହ ଆଇସିଏସଇ ଛାତ୍ରଛାତ୍ରୀ ମଧ୍ୟ ଅଫଲାଇନ୍ ପରୀକ୍ଷା ବିରୋଧରେ ଆବେଦନ କରିଥିଲେ ।

