ଆତଙ୍କବାଦୀ ଆକ୍ରମଣ ଘଟଣା ଉପରେ ଆଧାରିତ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମର ଘଟଣା ଉପରେ ଆଧାରିତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ପହଲଗାମ ଆକ୍ରମଣ ଉପର ଏକ ପିଆଇଏଲ୍ ଦାୟର କରିଥିବା ଆବେଦନକାରୀ ଫତେହ ସାହୁଙ୍କୁ କୋର୍ଟ ଭତ୍ସନା କରିଛନ୍ତି । ଏ ନେଇ ସେ କହିଛନ୍ତି ଯେ, ଆତଙ୍କବାଦ ମାମଲାର ତଦନ୍ତରେ ବିଶେଷଜ୍ଞ ନୁହନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି କଠିନ ସମୟରେ ଦେଶର ପ୍ରତ୍ୟେକ ନାଗରିକ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଏକଜୁଟ ହୋଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ଦେଶର ପ୍ରତେକ ନାଗରିକ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଏକାଠି ଠିଆ ହୋଇଛନ୍ତି । କୋର୍ଟ କହିଛନ୍ତି ଯେ, ଏପରି ଦାବି କରି ସୁରକ୍ଷା ବାହିନୀର ମନୋବଳକୁ ହ୍ରାସ କରନ୍ତୁ ନାହିଁ । ଏହି ବିଷୟ ବହୁତ ସମ୍ବେଦନଶୀଳ । ଏବେ ସମ୍ବେଦନଶୀଳତା ପ୍ରତି ଧ୍ୟାନ ଦିଅନ୍ତୁ ।

ଏ ନେଇ ଆବେଦନକାରୀ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି । ଏ ନେଇ ଆମେଦନ ଦାଖଲ କରାଯିବା ଉଚିତ ନୁହେଁ । ଆଇନଜୀବୀମାନେ ସେମାନଙ୍କର ଦାୟିତ୍ବ ବୁଝିବା ଉଚିତ ।