ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ : ଆଜି ସୁପ୍ରିମକୋର୍ଟରେ ଶୁଣାଣି

1 min read

ନନ୍ଦିଘୋଷ ବ୍ୟୁରୋ : ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ। ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ହେବ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ଯାଏ ୱାକଫ ବୋର୍ଡ ଓ କାଉନସିଲରେ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲେ କୋର୍ଟ। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କ ରଖାଯାଇଛି କି ବୋଲି ପ୍ରଶ୍ନ କରିଥିଲେ କୋର୍ଟ। ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ ପିଟିସନର ଶୁଣାଣି।

ସେପଟେ ୱାକଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତା ପ୍ରସଙ୍ଗରେ ଆଗତ ଏକ ପିଟିସନକୁ ମେ ୨ରେ ରଦ୍ଦ କରିଥିଲେ ଅଦାଲତ। ସୁପ୍ରିମକୋର୍ଟରେ ଦାୟର ୭୨ଟି ପିଟିସନରୁ ମାତ୍ର ୫ଟି ପିଟିସନର ଶୁଣାଣି କରିବେ କୋର୍ଟ। ଗତ ଏପ୍ରିଲ ୨୯ରେ ୧୩ଟି ପିଟିସନକୁ ଗ୍ରହଣ କରିବାକୁ ମନା କରିଥିଲେ କୋର୍ଟ। ଏଆଇଏମଆଇଏମ, ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ , ଜମାଏତ ଉଲମା –ଇ-ହିନ୍ଦ, ଦ୍ରାବିଡ ମୁନେତ୍ର କାଗାଗମ ଓ କଂଗ୍ରେସ ପକ୍ଷରୁ ବି ଦାୟର ହୋଇଛି ପିଟିସନ। ଗତ ଏପ୍ରିଲ ୨ରେ ଲୋକସଭାରେ ଓ ଏପ୍ରିଲ ୩ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ବିଲ୍। ଏପ୍ରିଲ ୫ରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ।