ପତ୍ନୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କଲା ଦକ୍ଷିଣ କୋରିଆ ‌: ଅଫିସ୍‌ ଉଡ଼ାଇ ଦେଲେ କିମ୍ ଜଙ୍ଗ୍

ପ୍ୟୋଗୟାଙ୍ଗ: ପ୍ରାୟ ଦୁଇ ସପ୍ତାହ ପୂର୍ବରୁ କିମ୍ ଜଙ୍ଗ୍‌ ଉନଙ୍କ ନିର୍ଦ୍ଦେଶରେ ଉତ୍ତର କୋରିଆର ସେନା ଦକ୍ଷିଣ କୋରିଆ ସହ ସୀମା ବୁଝାମରା ପାଇଁ ନିର୍ମିତ ମିଳିତ କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇଦେଇଥିଲା । ତେବେ ସଦ୍ୟ ପ୍ରାପ୍ତ ସୂଚନା ମୁତାବକ ଦକ୍ଷିଣ କୋରିଆ କିମ୍ ଜଙ୍ଗ୍‌ ପତ୍ନୀଙ୍କ ଆପତ୍ତିଜନକ ଚିତ୍ର ଇଣ୍ଟରନେଟରେ ଭାଇରାଲ କରିଥିଲା ​​ଏବଂ ବେଲୁନ୍ ମାଧ୍ୟମରେ ଏହି ଚିତ୍ରଗୁଡ଼ିକ ଉତ୍ତର କୋରିଆ ସୀମାରେ ମଧ୍ୟ ପଠାଯାଇଥିଲା । ଏଥିରେ କମ୍‌ ଜଙ୍ଗ୍‌ ରାଗି ଯାଇଥିଲେ ଏବଂ ସେ ଅଫିସରେ ବୋମା ପକାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Why has North Korea kept silent on Kim Jong-un's wife until now ...

ସୂଚନା ଯୋଗ୍ୟ ଯେ, ଏହି କାର୍ଯ୍ୟାଳୟ ଉତ୍ତର କୋରିଆ ସୀମାର ଅନ୍ତର୍ଗତ କେସୋଙ୍ଗ ସହରରେ ଅବସ୍ଥିତ । ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଆରମ୍ଭ ହୋଇଥିବା ‘ଲିଫଲେଟ୍ ଯୁଦ୍ଧ’ ବହୁତ ନିମ୍ନ ସ୍ତରରେ ପହଞ୍ଚିଛି। ଉତ୍ତର କୋରିଆକୁ ବିରୋଧ କରିବା ପାଇଁ ଦକ୍ଷିଣ କୋରିଆ ଦ୍ୱାରା ସୀମାନ୍ତରେ ଛାଡ଼ି ଦିଆଯାଇଥିବା ଏହି ପାମ୍ପଲେଟ୍ ଗୁଡ଼ିକରେ  ଏକଛତ୍ରବାଦୀ ଶାସକ କିମ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ  ପତ୍ନୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରାଯାଇଛି

Kim Jong Un infuriated by

ଏପରିକି ତାଙ୍କର ଆପତ୍ତିଜନକ ଚିତ୍ର ମଧ୍ୟ ବଣ୍ଟନ କରାଯାଉଛି । ଉତ୍ତର କୋରିଆରେ ଥିବା ଋଷ ଦୂତାବାସ ମଧ୍ୟ ଏଭଳି ଘଟଣା ଘଟିଥିବା ସ୍ୱୀକାର କରିଛି । ଋଷର ରାଷ୍ଟ୍ରଦୂତଙ୍କ ସୂଚନା ମୁତାବକ କିମ ଜଙ୍ଗ୍‌ଙ୍କ ପତ୍ନୀ ସୋଲ ଜୁଙ୍କ ଆପତ୍ତିଜନକ ଚିତ୍ର ଏହି ବେଲୁନ୍ ମାଧ୍ୟମରେ ଉତ୍ତର କୋରିଆ ସୀମାରେ ପକାଯାଉଥିଲା।

Kim Jong-un installs loudspeakers to blast propaganda over border ...

ସୂଚନା ଥାଉ ଯେ, ଉତ୍ତର କୋରିଆ ଦୀର୍ଘ ଦିନରୁ ଅଭିଯୋଗ କରି ଆସୁଛି ଯେ ଦକ୍ଷିଣ କୋରିଆ କିମ୍‌ ଜଙ୍ଗ୍‌ ଉନଙ୍କ ବିରୁଦ୍ଧରେ ଲୋକମାନଙ୍କୁ ମତେଇବା ପାଇଁ ଆରମ୍ଭ କରିଥିବା ଅଭିଯାନର ଅଂଶ ଭାବରେ ସୀମାରେ ବେଲୁନ୍ ଦ୍ୱାରା ଲିଫଲେଟ୍ ପକାଉଛନ୍ତି |

North Korea's Kim Jong Un appears in public amid health rumors ...

କ୍ରୋଧିତ ଉତ୍ତର କୋରିଆ ମଧ୍ୟ ଏହାର ପଡ଼ୋଶୀ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଛନ୍ତି ଏବଂ ସୀମାରେ ଲାଉଡ ସ୍ପିକର ପୁଣି ସ୍ଥାପନ କରାଯାଉଛି । ଉତ୍ତର କୋରିଆରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର୍ ମ୍ୟାଟେସଗୋରା ନିକଟରେ ଏକ ଋଷର ଏକ ନ୍ୟୁଜ୍ ଏଜେନ୍ସିକୁ ସକ୍ଷାତକାର ଦେଇ କହିଛନ୍ତି ଯେ, ଦକ୍ଷିଣ କୋରିଆ ଦ୍ୱାରା ଏହି ଲିଫଲେଟ୍ ପକାଯାଉଥିବା ଘଟଣା ଏବେ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି ଏବଂ ଉତ୍ତର କୋରିଆରେ ପଡ଼ୋଶୀ ଦେଶ ପ୍ରତି ଅସନ୍ତୋଷ ଦାନା ବାନ୍ଧୁଛି ।

ପାକିସ୍ତାନକୁ ନାକେଦମ କରିଥିବା ବଲୁଚିସ୍ତାନ୍ ଆର୍ମି କିଏ ? ଯିଏ କରାଚି ଷ୍ଟକ୍ ଏକ୍ସଚେଞ୍ଜ ଉପରେ କରିଛି ଆକ୍ରମଣ..

Leave a Reply