ଆମ କଲିଜା କ’ଣ ଏତେ ଶସ୍ତା ଯେ ଆତ୍ମହତ୍ୟା କରିବୁ: ସୁରେଶ ରାଉତରାୟ

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଦାବି କରିଛନ୍ତି  ।

ବିଜେପି ବିଧାୟକ ଦଳ ବୈଠକ କରି ଦୁଃଖ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି  । ତେବେ ବିଜେପି ବିଧାୟକ ଭୁଲ କରିଛନ୍ତି, ଏଣୁ କ୍ଷମାପ୍ରାର୍ଥନା କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି । ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏସବୁ ଡ୍ରାମା ଚାଲିଛି ।

କେବଳ ସେତିକି ନୁହେଁ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏସବୁ ହେଉଛି ଡ୍ରାମା, ଆମ ରାଜନୀତି ମଧ୍ୟ ଡ୍ରାମା । ଭୋଟ ପାଇଁ ଆମେ ଯେକୌଣସି ପ୍ରକାର ସୁବିଧା ହାତକୁ ନେଇ ପାରିବୁ । ଭୋଟ ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି । ଏମିତି କଲେ ତାଙ୍କ ନିର୍ବାଚନ ମଣ୍ଡଳିର ଲୋକ କହିବେ ଚାଷ ପାଇଁ ତାଙ୍କ ହୃଦୟ ଫାଟିଯାଉଛି ତେଣୁ ଦରଦ ଆସିବ । ମୁଁ ବି ଆତ୍ମହୂତୀ ନେଇ ଘୋଷଣା କରିଛି । ଏସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସତରେ କଣ ଆତ୍ମହୂତୀ କରି ଦେବି ନାଁ କଣ ?  ଆମ କଲିଜା କଣ ଶସ୍ତା କଲିଜା ନା କଣ ? ତେଣୁ ସେ ଯାହା କରିଛନ୍ତି ତା ପାଇଁ କ୍ଷମା ମାଗି ଦିଅନ୍ତୁ ।

Leave a Reply