ଚୀନ ଓ ପାକିସ୍ତାନ ଛାନିଆ, ୫ ହଜାର କିଲୋମିଟର ଲକ୍ଷ୍ୟଭେଦ କରି ପାରୁଥିବା ଅଗ୍ନି-୫ର ସଫଳ ପରୀକ୍ଷଣ

1 min read
Surface to Surface Ballistic Missile, Agni-5, successfully launched

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି । ଅବ୍ଦୁଲ କଲାମ ଦ୍ୱୀପରୁ ଅଗ୍ନି ଫାଇବ୍ ମିସାଇଲରେ ସଫଳ ପରୀକ୍ଷଣ ହୋଇଛି । ପୃଥିବୀ ପୃଷ୍ଠରୁ ପୃଥିବୀ ପୃଷ୍ଠକୁ ଟାର୍ଗେଟ୍ କରି ପାରୁଥିବା ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ୍ । ଏହି ମିସାଇଲ୍ ବାୟୁ ମଣ୍ଡଳର ବାହାରକୁ ଯାଇ ଟାର୍ଗେଟ କରି ପାରିବ ।

ଏଥିରେ ଥ୍ରୀ ଷ୍ଟେଜ ସଲିଡ ଫୁଏଲ୍ଡ ଇଞ୍ଜିନ୍ ବ୍ୟବହାର କରାଯାଇଛି । କୁହାଯାଉଛି ଅଗ୍ନି-୫ର ସଫଳ ପରୀକ୍ଷଣ ସହ ସେନାର ଶକ୍ତି ବୃଦ୍ଧି ପାଇଛି । ଚୀନରୁ ନେଇ ପାକିସ୍ତାନ, ବିଚଳିତ ହୋଇ ପଡ଼ିଛନ୍ତି । ମିସାଇଲର ପ୍ରକୃତ କ୍ଷମତାକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଜୋର୍ ଧରିଛି । ଅଗ୍ନି-୫ର ଓଜନ ୫୦ ହଜାର କିଲୋଗ୍ରାମ ହୋଇଥିବା ବେଳେ ଏହାର ଲମ୍ବ ୧୭.୫ ମିଟର ଅଟେ ।

Surface to Surface Ballistic Missile, Agni-5, successfully launched

ଏହାର ବ୍ୟାସାର୍ଦ୍ଧ ୨ ମିଟର ଅର୍ଥାତ୍ ୬.୭ ଫୁଟ୍ । ଏହା ଉପରେ ୧୫୦୦ କିଲୋଗ୍ରାମ୍ ଓଜନର ପରମାଣୁ ଅସ୍ତ୍ର ଲଗା ଯାଇ ପାରିବ । ଏହାର ଗତି ଶବ୍ଦର ବେଗ ଠାରୁ ୨୪ ଗୁଣା ଅଧିକ । ଅର୍ଥାତ୍ ଏହା ଗୋଟିଏ ସେକେଣ୍ଡରେ ୮.୧୬ କିଲୋମିଟର ଅତିକ୍ରମ କରିପାରିବ । ଏହି ମିସାଇଲ୍ ଗୋଟିଏ ଥରରେ ଅନେକ ଟାର୍ଗେଟକୁ ଧ୍ୱଂସ କରି ପାରିବ । ଏପରିକି ଏହି ମିସାଇଲ୍ ଏସିଆ, ୟୁରୋପ, ଆଫ୍ରିକାର କିଛି ଅଞ୍ଚଳକୁ ଟାର୍ଗେଟ୍ କରିପାରିବ ବୋଲି କୁହାଯାଉଛି ।

Leave a Reply