spot_img

Latest Posts

ମଣିପୁରରେ ଶାନ୍ତି ପ୍ରକ୍ରିୟା: ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ର ୭ ଦିନ ମଧ୍ୟରେ ସମର୍ପି ଦେବା ଲାଗି ରାଜ୍ୟପାଳଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ମଣିପୁରରେ ଶାନ୍ତି ପ୍ରକ୍ରିୟା ଲାଗି ଆଉ ପାଦେ । ୭ ଦିନ ମଧ୍ୟରେ ନିଜ ନିଜ ନିକଟରେ ବେଆଇନ ଭାବେ ଥିବା ଅସ୍ତ୍ରଶସ୍ତ୍ର ସମର୍ପି ଦେବା ଲାଗି ନିର୍ଦ୍ଦେଶ। ମଣିପୁରର ସମସ୍ତ ସମ୍ପ୍ରଦାୟଙ୍କୁ ଏହି ଆହ୍ବାନ ଦେଇଛନ୍ତି ରାଜ୍ଯପାଳ ଅଜୟ ଭଲ୍ଲା। ଯେଉଁମାନେ ଏହି ଅସ୍ତ୍ରଶସ୍ତ୍ର ଜିମା ଦେବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ରାଜ୍ଯରେ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ରାଜ୍ଯପାଳ ଆହ୍ବାନ ଦେଇଛନ୍ତି। ଦୀର୍ଘ ୨୦ ମାସ ଧରି ରାଜ୍ଯରେ ଚାଲିଥିବା ହିଂସା, ଦଙ୍ଗା, ପୋଡାଜଳା ଆଦି କାରଣରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ରାଜ୍ଯରେ ସାମ୍ପ୍ରଦାୟିକ ସଂପ୍ରୀତି ନଷ୍ଟ ହୋଇଛି। ଉଭୟ ଉପତ୍ଯକା ଓ ପାର୍ବତ୍ଯାଞ୍ଚଳରେ ବସବାସ କରୁଥିବା ଲୋକେ ତୁରନ୍ତ ଅସ୍ତ୍ରଶସ୍ତ୍ର ଜିମା ଦେବା ଲାଗି ସେ ଆହ୍ବାନ ଦେଇଛନ୍ତି। ବିଶେଷ କରି ଯୁବବର୍ଗ ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି ସେ ନିବେଦନ କରିଛନ୍ତି।

ରାଜ୍ଯରେ ହିଂସା କମୁ ନଥିବାରୁ ଗତ ସପ୍ତାହରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ପୂର୍ବରୁ ଇସ୍ତଫା ଦେଇଥିଲେ ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ। ଇମ୍ଫାଲ ଉପତ୍ଯକାରେ ବାସ କରୁଥିବା ମେଇତେଇ ସମ୍ପ୍ରଦାୟ ଓ ଅନ୍ଯାନ୍ୟ ଅଞ୍ଚଳରେ ବାସ କରୁଥିବା କୁକି-ଜୋ ଆଦିବାସୀଙ୍କ ମଧ୍ଯରେ ହିଂସା ଯୋଗୁ ବର୍ତ୍ତମାନ ସୁଦ୍ଧା ଗଲାଣି ୨୫୦ରୁ ଅଧିକ ଜୀବନ। ବାସଚ୍ଯୁତ ହେଲେଣି ୬୦ ହଜାରରୁ ଅଧିକ ଲୋକ।

Latest Posts

Don't Miss