ମେ ପହିଲାରୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ

ଭୁବନେଶ୍ବର : ଖୁବ୍ ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ। ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ  ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ ।

ପୂର୍ବରୁ କେନ୍ଦ୍ର ସରକାର  ଜନଗଣନାରେ ପଛୁଆ ବର୍ଗଙ୍କୁ ଗୁରୁତ୍ବ ଦେଉନଥିବାରୁ ରାଜ୍ୟସରକାର ଏହି ସର୍ଭେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ମେ ୧ ରୁ ୨୭ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହି ସର୍ଭେରେ ସମସ୍ତ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ  । ଏଥିରେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ।

ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ଯେକୌଣସି ଗୋଟିଏ ପରିଚୟ ପତ୍ର ତଥା ଆଧାରକାର୍ଡ  କିମ୍ବା ଭୋଟର ପରିଚୟ ପତ୍ର ବା ପ୍ୟାନ୍ କାର୍ଡ ଯୋଗେ ତଥ୍ୟ ଦେଇ ପାରିବେ  । ଏତତ୍ ବ୍ୟତୀତ ରାସନ କାର୍ଡ ନଥିବା ପଛୁଆ ବର୍ଗ ପରିବାରର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ  । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।