ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ଦିନ ପାଖଉ ଥିବାବେଳେ ସୂର୍ଯ୍ୟକୁମାରଙ୍କୁ ନେଇ ସସପେନ୍ସ ବଢି ଚାଲିଛି । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବାହୁଡା ନେଇ ଏବେ ଅନେକ ପ୍ରଶ୍ନ ।
ସୂର୍ଯ୍ୟକୁମାର ଯାଦବଙ୍କୁ ନିକଟରେ ପ୍ରାକ୍ଟିସ କରିବାଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ । ପ୍ରତିଦିନ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ସହ ଇନଷ୍ଟା କାହାଣୀ ମାଧ୍ୟମରେ ସାଥୀ ଖେଳାଳିଙ୍କ ମନୋବଳ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି । ହେଲେ ଆଇପିଏଲ୍ 2024 ରେ ସେ ଖେଳିବା ନେଇ ସସପେନ୍ସ ଖଣ୍ଡା କାହିଁକି ତାଙ୍କ ଉପରେ ଝୁଲିଛି? କାହିଁକି କୁହାଯାଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ? କାରଣ ସେ ଏପର୍ଯ୍ୟନ୍ତ ଏନସିଏରୁ ଫିଟନେସ ପ୍ରମାଣପତ୍ର ପାଇନାହାଁନ୍ତି।
୨୨ ମାର୍ଚ୍ଚରୁ IPL ୨୦୨୪ ଆରମ୍ଭ ହେଉଛି । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୪ ରବିବାର ଠାରୁ ଗୁଜୁରାଟ ଟାଇଟାନ୍ସ ବିରୋଧରେ ଅଭିଯାନ ଆରମ୍ଭ କରିବ। ବଡ ପ୍ରଶ୍ନ ହେଉଛି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଟି -20 ରେ ଖେଳିବେ କି? ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ଖେଳିପାରିବେ ନାହିଁ । କେବଳ ଏତିକି ନୁହେଁ, ଏହା ପରେ ସେ ପରବର୍ତ୍ତୀ ମ୍ୟାଚ୍ ମଧ୍ୟ ଖେଳି ପାରିବେ ନାହିଁ। କାରଣ, ସେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ କି ନାହିଁ ତାହା କହିବା କଷ୍ଟକର।
ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀରେ ରହିଛନ୍ତି। ଏକ ସର୍ଜରୀ ପରେ ସେ ଏବେ ଆରାମ କରୁଛନ୍ତି । ଯାହା ଦେଖାଯାଉଛି ଯେ ସେ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଠାରୁ ଖେଳିବାକୁ ପ୍ରସ୍ତୁତ । କିନ୍ତୁ ବିସିସିଆଇ ସୂତ୍ରରୁ ପିଟିଆଇ ଯାହା ଲେଖିଛି ତାହା ସନ୍ଦେହଜନକ।
ବିସିସିଆଇ ସୂତ୍ର ଅନୁଯାୟୀ, ଏନସିଆର ସ୍ପୋର୍ଟସ ସାଇନ୍ସ ଏବଂ ମେଡିକାଲ ଟିମ୍ ସୂର୍ଯ୍ୟକୁମାର ଯାଦବଙ୍କ ଫିଟନେସ ଉପରେ ନିଶ୍ଚିତ କିଛି କହି ନାହାଁନ୍ତି। ବିଶେଷକରି ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ, ଯାହା ମାର୍ଚ୍ଚ ୨୭ ରେ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି । ହେଲେ ବର୍ତ୍ତମାନସୁଦ୍ଧା ଏନସିଏ ତାଙ୍କ ଫିଟନେସ୍ ନିଶ୍ଚିତ ନକରିବା ପର୍ଯ୍ୟନ୍ତ ସୂର୍ଯ୍ୟକୁମାର କିପରି ଖେଳିବେ ତାହାକୁ ନେଇ ଅନେକ ପ୍ରଶ୍ନ ।

