ଏନ୍‌ସିବି ଟାର୍ଗେଟରେ ବଲିଉଡ ବିୟୁଟି, ଡ୍ରଗ୍ସକୁ ନେଇ ଏମିତି ମୁଲଚାଲ କରୁଥିଲେ ଦୀପିକା

1 min read

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ଼ର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ  ତଦନ୍ତ କରୁଛି ଏନ୍‌ସିବି । ଆଉ ତଦନ୍ତ ପରେ ଫିଟିବାରେ ଲାଗିଛି ବଲିଉଡରେ ଡ୍ରଗ୍ସ କାରବାରର ବଡ଼ ଲିଙ୍କ । ଏହି ତଦନ୍ତରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ବାହାରକୁ ଆସୁଛି । ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଏବଂ ସାରା ଅଲି ଖାନଙ୍କ ପରି ଅନେକ ଉଦୀୟମାନ ତାରକାଙ୍କ ନାମ ଏଥିରେ ଯୋଡ଼ି ହୋଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ବଲିଉଡର ଅନ୍ୟତମ ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ତଦନ୍ତରେ ଯୋଡ଼ି ହୋଇଛି ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା କରାଯାଇଥିବା ଡ୍ରକ୍ସ ମାମଲାର ଯାଞ୍ଚ ବେଳେ ଦୀପିକା ପାଦୁକୋନ, ନମ୍ରତା ଶିରୋଦକର, ଶ୍ରଦ୍ଧା କପୁର  ଏବଂ କରିସ୍ମା ଙ୍କ ନାମ ଆସିଥିଲା । ସେଥିମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଏବଂ ସବୁଠାରୁ ବଡ ନାମ ହେଉଛି ଦୀପିକା ପାଦୁକୋନଙ୍କ ନାମ । ଯାହାର ନାମ ଡ୍ରଗ୍ସ ମାମଲାରେ ଯୋଡ଼ି ହୋଇଛି ।

ଜୟା ସାହାଙ୍କ କମ୍ପାନୀ ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏନସିବି ହ୍ୱାଟ୍ସଆପ ଚାଟ୍ ସଂଗ୍ରହ କରିଛି ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି କି ?’ ଏହାର ଉତ୍ତରରେ କରିସ୍ମା କୁହନ୍ତି- ‘ହଁ … କିନ୍ତୁ ଘରେ ମାଲ ଅଛି । ଆଉ ମୁଁ ବାନ୍ଦ୍ରା ରେ ଅଛି … ‘

ଏହି ଚାଟରେ କରିସ୍ମା ଜଣେ ଅମିତଙ୍କ ନାମ ନେଇ କହିଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି ତୁମ ପାଖକୁ । ଏହା ପରେ ଦୀପିକା କୁହନ୍ତି – ‘ହଁ, ଦୟାକରି ଜଲଦି ପଠାଅ ।’ କିଛି ସମୟ ପରେ କରିସ୍ମା କୁହନ୍ତି, ‘ଅମିତ ତୁମ ପାଖକୁ ମାଲ ନେଇ ଯାଇଛି ।’ ଏହା ଉପରେ ଦୀପିକା ପଚାରନ୍ତି – ‘ହାସ୍‌ ଅଛି କି ? କିନ୍ତୁ କରିସ୍ମା ହାସ୍‌ ନାହିଁ ଗଞ୍ଜେଇ ଅଛି ବୋଲି କହିଛନ୍ତି ।

ବଲିଉଡର ଡ୍ରଗ୍ସ ଲିଙ୍କ୍‌କୁ ପ୍ରକାଶ କରିବାକୁ ଚେଷ୍ଟା କରୁଥିବା ଏନସିବି ମଙ୍ଗଳବାର ଦିନ ଜୟା ସାହା, ତାଙ୍କ କମ୍ପାନୀର ମ୍ୟାନେଜର କରିସ୍ମା ଏବଂ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀଙ୍କୁ ପଚରାଉଚରା ପାଇଁ ଡ଼କରା ପଡ଼ିଛି । ଆଜିର ଏହି ଜେରା ପରେ କିଛି ବଡ ଖୁଲାସା ହୋଇଥିଲା ହୋଇପାରେ ବୋଲି ସୂଚନା ମିଳିଛି । ଶ୍ରଦ୍ଧା କପୁରଙ୍କ ବ୍ୟତୀତ ତିନିଜଣ ଅଭିନେତ୍ରୀଙ୍କ ଡ୍ରଗ୍ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି।

Leave a Reply