ସୁଶାନ୍ତ ସିଂ ରାଜପୂତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ’ର ଟିଜର ରିଲିଜ୍‌

ମୁମ୍ବାଇ: ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ସନ୍ଦେହଜନକ ମୃତ୍ୟୁ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ’ର ଟିଜର ରିଲିଜ୍ ‌ହୋଇ ସାରିଛି । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୂତଙ୍କ ଜୀବନୀ ଦେଖିବାର ସୁଯୋଗ ପାଇବେ ଦର୍ଶକ । ସୁଶାନ୍ତଙ୍କ ଯିବା ପରଠାରୁ ତାଙ୍କ ଫ୍ୟାନ୍ସ ଲଗାତାର ତାଙ୍କୁ ନ୍ୟାୟ ଦେବାପାଇଁ ଚେଷ୍ଟା କରି ଆସିଛନ୍ତି ଏବଂ ଏବେ ମଧ୍ୟ ଜାରି ରହିଛି । ନିକଟ ଅତୀତରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନିର୍ମାଣ ଖବର ତାଙ୍କ ଫ୍ୟାନ୍ସଙ୍କ ଓଠରେ ସାମାନ୍ୟ ହସ ଆଣିଥିଲା । ନିକଟରେ ଫିଲ୍ମର ଟିଜର ଆସିବା ପରେ ଦର୍ଶକ ପୁଣିଥରେ ଇମୋଶନାଲ ହୋଇ ଯାଇଛନ୍ତି ।

ସୁଶାନ୍ତ ସିଂ ରାଜପୂତଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି । ଏବେ ଟିଜର ରିଲିଜ ହେବାପରେ ଭାବପ୍ରବଣ ହୋଇ ଯାଇଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରରେ ଜୁବୈର ନଜର ଆସିଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ଶ୍ରେୟାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ଟିଜର ଦେଖିବା ପରେ ଜଣାପଡ଼ୁଛିଯେ ଫିଲ୍ମରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବ ଏବଂ ପରବର୍ତ୍ତୀ ସମୟକୁ ଚିତ୍ରିତ କରାଯାଇଛି । ଫିଲ୍ମ ୧୧ ଜୁନରେ ସୁଶାନ୍ତ ସିଂ ରାଜପୂତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ରିଲିଜ ହେବ । ପ୍ରାୟ ୫୫ ସେକେଣ୍ଡର ଟିଜରରେ ସୁଶାନ୍ତଙ୍କ ମୃତ୍ୟୁର ରାଜ୍‌ଖୋଜିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ଫିଲ୍ମ ବିକାଶ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀପ ଗୁଲାଟୀ । ଫିଲ୍ମରେ ଜୁବୈର ଏବଂ ଶ୍ରେୟାଙ୍କ ବ୍ୟତୀତ ଶକ୍ତି କପୂର,ଅସରାନୀ ଆଦି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

Leave a Reply