spot_img

Latest Posts

Sushant Singh Rajput Case : ସିବିଆଇର ସନ୍ଦେହ, ଠିକରେ ହୋଇନାହିଁ ପୋଷ୍ଟମର୍ଟମ କିମ୍ବା ରିପୋର୍ଟ ଗୋଳମାଳ ଅଛି !

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାର ସତ କଣ, ଏହାର ରହସ୍ୟ ଖୋଲିବା ପାଇଁ ଆଜି ଦ୍ୱିତୀୟ ଦିନରେ ଖୋଳତାଡ ଆରମ୍ଭ କରିଛି ସିବିଆଇ । ୧୦ ଜଣିଆ ଟିମ ଗତକାଲି ମୁମ୍ବାଇରେ ସାରା ଦିନ କସରତ କରିଥିଲେ। ପ୍ରଥମେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚି ସୁଶାନ୍ତ ମାମଲା ସହ ଜଡିତ ସମସ୍ତ ଦଲିଲ ଓ ପ୍ରମାଣକୁ ସିବିଆଇ ସଂଗ୍ରହ କରିଥିଲା । ସଂଗ୍ରହ କରାଯାଇଥିବା ଜିନିଷଗୁଡ଼ିକରେ ୫୬ ଜଣଙ୍କର ରେକର୍ଡ ହୋଇଥିବା ବିବୃତ୍ତି, ଫୋରେନସିକ୍ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ, ସୁଶାନ୍ତଙ୍କ ଦେହରେ ଥିବା ପୋଷାକ, ୩ ମୋବାଇଲ, ମୋବାଇଲର CDR, ସିସିଟିଭି ଭିଜୁଆଲ ଏବଂ କ୍ୟାମେରା ରେକର୍ଡିଂ ଅନ୍ତର୍ଭୁକ୍ତ । ସିବିଆଇ ଟିମ ସୁଶାନ୍ତଙ୍କ ଡାଏରୀ ଏବଂ କେସ୍ ଡକ୍ୟୁମେଣ୍ଟକୁ ମଧ୍ୟ ଜବତ କରିଛି । ଏଥିସହ ରୋଷେୟା ନିରଜକୁ ମଧ୍ୟ ପଚରାଉଚରା କରିଛି । କେବଳ ସେତିକି ନୁହେଁ କିଛି କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରିବା ସହ ସୁଶାନ୍ତଙ୍କ ଫ୍ଲାଟରେ କ୍ରାଇମ ସିନ ରିକ୍ରିଏଟ୍ କରିଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ଜୋରସୋରରେ ଚାଲିଛି। ସିବିଆଇ ଅଧିକାରୀମାନେ ସୁଶାନ୍ତଙ୍କ ପୋଷ୍ଟମୋର୍ଟମ କରିଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ଦଳକୁ ପଚରାଉଚରା କରିବେ। କାରଣ ସିବିଆଇ ସନ୍ଦେହ କରୁଛି ଯେ, ଶବ ବ୍ୟବଚ୍ଛେଦ ଠିକ୍ ଭାବେ କରାଯାଇ ନାହିଁ କିମ୍ବା  ରିପୋର୍ଟରେ ତ୍ରୁଟି ରହିଛି ବୋଲି ସିବିଆଇ ଅନୁମାନ କରୁଛି ।

ସୂଚନାଯୋଗ୍ୟ ଯେ, ସିବିଆଇ ମୁମ୍ବାଇ ପୋଲିସକୁ ମଧ୍ୟ ପୋଷ୍ଟମୋର୍ଟମ ନେଇ ମଧ୍ୟ ପଚରାଉଚୁରା କହିବ। ସିବିଆଇ ମୁମ୍ବାଇ ପୋଲିସକୁ ପଚାରିବ ଯେ, କାହିଁକି ସେମାନେ ଅନ୍ୟ ଡାକ୍ତର କିମ୍ବା ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିନଥିଲେ । ସିବିଆଇକୁ ବିଶେଷଜ୍ଞଙ୍କ କହିଛନ୍ତି ଯେ, ପୋଷ୍ଟମୋର୍ଟମ ରିପୋର୍ଟରେ ମୃତ୍ୟୁ ସମୟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରାଯାଇ ନାହିଁ।

 

Latest Posts

Don't Miss