ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

Sushant Singh Rajput Postmortem report clearly says it was suicide

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଛି । ରବିବାର ସୁଶାନ୍ତ ମୁମ୍ବାଇ ବାନ୍ଦ୍ରା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ । ଖବର ବ୍ୟାପିବା କ୍ଷଣି ଚାରିଆଡ଼େ ଆଲୋଡ଼ନ ଖେଳି ଯାଇଥିଲା । ବାସଭବନରେ ପହଞ୍ଚିଥିଲା ପୋଲିସ । ପ୍ରାଥମିକ ଯାଞ୍ଚ ପରେ ତାଙ୍କ ରୁମରୁ ସବୁଜ ରଙ୍ଗର କପଡ଼ା ମିଳିଥିଲା । ଯେଉଁଥିରେ ଝୁଲି ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ପରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି ।

ତାଙ୍କର ପୋଷ୍ଟମର୍ଟମ ମୁମ୍ବାଇକ ଜୁହୁ ସ୍ଥିତ କୁପର ହସ୍ପିଟାଲରେ କରାଯାଇଛି । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି । ତେବେ, ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଯାଞ୍ଚ ହେବ । ଏଥିପାଇଁ ମୃତ ଶରୀରକୁ ଜେ.ଜେ. ହସ୍ପିଟାଲ ପଠାଯାଇଛି । ସେଠାରେ ଅଙ୍ଗ ପ୍ରତ୍ୟଙ୍ଗରେ ବିଷ ଅଛି କି ନାହିଁ ପରୀକ୍ଷା କରାଯିବ ।

ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । ବାନ୍ଦ୍ରା ଆପାର୍ଟମେଣ୍ଟରେ ତାଙ୍କ ଭିଣୋଇ ଓ ଭଉଣୀ ପହଞ୍ଚି ସାରିଛନ୍ତି । ପରିବାରର ଅନ୍ୟ ସଦସ୍ୟ ଆଜି ପହଞ୍ଚିବେ ବୋଲି ଜଣାପଡ଼ିଛି ।

କାହିଁକି ସୁଶାନ୍ତ କଲେ ସୁଇସାଇଡ୍ ? ଖୁଲାସା କରିବ କ୍ରାଇମବ୍ରାଞ୍ଚ

Leave a Reply