Sushant Singh Rajput Death Case: ବିକାଶ ସିଂଙ୍କ ଦାବି ସୁଶାନ୍ତଙ୍କୁ ଗଳାଚିପି ହତ୍ୟା କରାଯାଇଛି

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁର ପ୍ରାୟ ତିନି ମାସ ବିତିଗଲାଣି । ଦେଶର ତିନୋଟି ବଡ଼ ଟିମ ଏହାର ତଦନ୍ତ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଖୋଲିନାହିଁ । ତଦନ୍ତ ହେବା ପରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ । ଘଟଣାର ପର୍ଦ୍ଦାଫାଶ କେବେ ହେବ ତାହା ଉପରେ ସାରା ଦେଶର ନଜର ରହିଛି ।

ସୁଶାନ୍ତଙ୍କ ଓକିଲ ବିକାଶ ସିଂ ନିକଟରେ ଟ୍ୱିଟ କରିଛନ୍ତି । ସିବିଆଇ ଦ୍ୱାରା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଆତ୍ମହତ୍ୟାରୁ ହତ୍ୟାକୁ ବଦଳାଇବା ପାଇଁ ଏତେ ବିଳମ୍ବ ହେଉଥିବା ଦ୍ୱାରା ଆଶା ମଉଳି ଯାଉଛି ବୋଲି ସେ ଲେଖିଛନ୍ତି। ଏମ୍ସର ଡାକ୍ତରୀ ଦଳରେ ଥିବା ଜଣେ ଡାକ୍ତରଙ୍କୁ ସୁଶାନ୍ତଙ୍କ ମୃତ ଶରୀରର ଫଟୋ ପଠାଇଥିଲେ ଏବଂ ତାହାକୁ ଦେଖିବା ପରେ ୨୦୦ ପ୍ରତିଶତ ଗଳା ଚିପି ହତ୍ୟା କରାଯାଇଥିବା ସେ କହିଥିଲେ ବୋଲି ବିକାଶ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ୧୪ ଜୁନକୁ ସୁଶାନ୍ତ ସିଂ ରାଜପୂତଙ୍କ ମୃତ ଶରୀର ତାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରୁ ଫ୍ୟାନରେ ଝୁଲିଥିବାର ମିଳିଥିଲା । ମୁମ୍ବାଇ ପୋଲିସ ମାମଲାକୁ ଆତ୍ମହତ୍ୟାର ଆଖ୍ୟା ଦେବାପରେ ବିହାରର ପାଟନାରେ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଥିଲେ । ଏହାପରେ ସାରା ଦେଶର ଦାବି ଏବଂ ସୁଶାନ୍ତଙ୍କ ପରିବାରର ଦାବି ଅନୁସାରେ ଉକ୍ତ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରାଗଲା । ତାହାପରେ ଘଟଣା ଡ୍ରଗ୍ସ ଆଡ଼କୁ ମୁହାଁଇଛି ।

Leave a Reply