ଶୁସାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼, ବିହାର କୋର୍ଟ ଦେଲା ଏହି ବଡ଼ ନିଷ୍ପତ୍ତି

sushant singh rajput suicide case muzaffarpur cjm rejected petition

ବିହାର: ବିହାରର ଏକ କୋର୍ଟ ବୁଧବାର ଦିନ ଏହି ପିଟିସନକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ସଲମାନ ଖାନ, ଏକତା କପୁର, ସଞ୍ଜୟ ଲିଳା ଭଂଶାଳୀ ଏବଂ କରନ ଜୋହରଙ୍କୁ ଦାୟୀ କରାଯାଇଥିଲା । କୋର୍ଟର ଆଇନଗତ ନିୟମ ଅନୁସାରେ ଯାଚିକାକୁ ଖାରଜ କରି ଦିଆଯାଇଛି । କୋର୍ଟ କହିଛି ଯେ, ଏହି ମାମଲା ତାଙ୍କ ଅଞ୍ଚଳ ଆସୁନାହିଁ, ତେଣୁ କୋର୍ଟ ଏହାକୁ ଖାରଜ କରିଛି ।

ମୁଜାଫପୁରର ମୁଖ୍ୟ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସିଜେଏମ୍ ମୁକେଶ କୁମାର ସ୍ଥାନୀୟ ଓକିଲ ମୁକେଶ କୁମାର ଓଝା ରଦ୍ଦ କରି କହିଛନ୍ତି ଯେ, ଏହି ଘଟଣା ତାଙ୍କ କୋର୍ଟ ଅଞ୍ଚଳରେ ଆସୁନାହିଁ । ସୁଶାନ୍ତଙ୍କ ସିଂ ରାଜପୁତଙ୍କ ମୃତ୍ୟୁର ଦୁଇ ତିନି ଦିନ ପରେ ମୁକାଶ କୁମାର ଏକ ପିଟିଶନ ଦାଖଲ କରିଥିଲେ ଏବଂ ସେଥିରେ କଙ୍ଗନା ରଣାୱତଙ୍କୁ ସାକ୍ଷୀ ରଖିଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଭିଡ଼ିଓ ମେସେଜ ଜରିଆରେ ବଲିଉଡ଼ରେ ନେପୋଟିଜିମ ଏବଂ ଫେବରାଇଟଜିମକୁ ନେଇ ଶୁସାନ୍ତଙ୍କ ମୃତ୍ୟୁ ହୋଇଥିବା କହିଥିଲେ ।

ମୁକେଶ କୁମାର ଓଝା ସିଜିଏମଙ୍କ ନିଷ୍ପତ୍ତିରେ ଖୁସି ନାହାଁନ୍ତି । ସେ ହାଇକୋର୍ଟରେ ଏନେଇ ପିଟିସନ ଦାଖଲ କରିବେ । ସେ କହିଛନ୍ତି ଯେ, ମୁ ସିଜିଏମଙ୍କ ନିଷ୍ପତ୍ତିକୁ ଜିଲ୍ଲା ନ୍ୟାଳୟରେ ଆହ୍ୱାନ ଦେବୀ । ଶୁସାନ୍ତଙ୍କ ମୃତ୍ୟୁ କୁ ନେଇ ବିହାର ବାସୀ ଦୁଃଖି ଅଛନ୍ତି । ଆମେ ସେହି ଲୋକମାନଙ୍କୁ ସାମ୍ନାକୁ ଆଣିବୁ ଯେଉଁମାନଙ୍କ ପାଇଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅନେକ ଲୋକ ବିଶେଷ କରି ବିହାରରୁ ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଥିଲେ।

ଆପଣଙ୍କୁ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ୧୪ଜୁନ୍ ଦିନ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଫାଶୀ ହେତୁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୯ଜଣଙ୍କୁ ପଚରାଉଚରା କରିଛି।

Leave a Reply