ଏପ୍ରିଲ୍ ୩୦ ଯାଏ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା

1 min read
Suspension of international flights extended till April 30

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମାମଲା ବଢ଼ୁଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଏପ୍ରିଲ୍ ୩୦ ଯାଏ କଟକଣା ବୃଦ୍ଧି କରାଯାଇଛି । ତେବେ ପୂର୍ବରୁ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ବିମାନ ଚଳାଚଳ କରିପାରିବ ବୋଲି କହିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

ଗତବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରି ଦିଆଯାଇଥିଲା । ୨୦୨୦ ମେ’ ମାସରେ ଅନ୍ୟ ଦେଶରେ କୋଭିଡ୍ ଯୋଗୁଁ ଫସି ରହିଥିବା ଭାରତୀୟଙ୍କୁ ଆଣିବା ଲାଗି ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ଏବେ ଏହି ମିଶନ ଦଶମ ପର୍ଯ୍ୟାୟରେ ପହଞ୍ଚିଛି ।

ଆସ୍ତେ ଆସ୍ତେ ସବୁ ସେବା ସ୍ୱାଭାବିକ ହେଉଥିବା ବେଳେ ଅନ୍ତର୍ଜାତୀୟ ଉଡ଼ାଣ ଲାଗି ଭାରତ ୨୭ଟି ଦେଶ ସହ କଥାବାର୍ତ୍ତା କରିଛି । ସେହି ଅନୁସାରେ ଆଫଗାନିସ୍ତାନ, ବାହରିନ୍, ବାଂଲାଦେଶ, ଭୁଟାନ, କାନାଡ଼ା, ଇଥୋପିଆ, ଫ୍ରାନ୍ସ, ଜର୍ମାନୀ, ଇରାକ୍, ଜାପାନ, କେନିଆ, କୁଏତ୍, ମାଲଦ୍ୱୀପ, ନେପାଳ, ନେଦରଲ୍ୟାଣ୍ଡ, ନାଇଜେରିଆ, ଓମାନ, କତାର, ରୁଷିଆ, ରୱାଣ୍ଡା, ସେୟାଚେଲ୍ଲ, ତଞ୍ଜାନିଆ, ୟୁକ୍ରେନ୍, ୟୁଏଇ, ୟୁକେ, ଆମେରିକା ଓ ଉଜବେକିସ୍ତାନକୁ ବିମାନ ଚଳାଚଳ କରୁଛି ।

Leave a Reply