ଗଜପତିରେ ଗଡ଼ିଲା ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡ଼ି

ଗଜପତି: ଗଜପତି ଜିଲ୍ଲାରେ ପ୍ରଥମ କରି ଗଡ଼ିଲା ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡ଼ି । ଜିଲ୍ଲା ପ୍ରଶାସନର ନିଜସ୍ଵ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଏହି ଭ୍ୟାନ । ଜିଲ୍ଲାପାଳ ଅନୁପମ୍‌ ସାହା ଏହାର ଶୁଭାରମ୍ଭ କରିଛନ୍ତି । ଏହି ମୋବାଇଲ ଭ୍ୟାନରେ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବା ବ୍ୟବସ୍ଥା ସହ ସ୍ୱାବ ସଂଗ୍ରହ କରି ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ସ୍ୱାବ ସଂଗ୍ରହ ହୋଇପାରିବ ବୋଲି ଆଶା ରହିଛି । ଅଧିକ ସଂଖ୍ୟକ ସ୍ୱାବ୍‌ ସଂଗ୍ରହ ସହ ଟେଷ୍ଟ ପାଇଁ ଏହା ସହାୟକ ହେବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।

କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । କିଛି କ୍ଷେତ୍ରରେ ଲକ୍ଷଣ ନଥିବା ସତ୍ତ୍ୱେ ପଜିଟିଭ୍‌ ଚିହ୍ନଟ ହୋଇଥିବା କାରଣରୁ, କ୍ୱାରେଣ୍ଟାଇନ୍‌ରେ ଥିବା ସମସ୍ତଙ୍କ ସ୍ୱାବ ଟେଷ୍ଟ ଅତି ଜରୁରୀ । ପର୍ଯ୍ୟାପ୍ତ ପରିମାଣର ସ୍ୱାବ୍‌ ସଂଗ୍ରହ କରି ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟରେ ପ୍ରଥମ କରି ମୋବାଇଲ ଭ୍ୟାନ୍‌ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଏସ୍‌ପି ସାରା ଶର୍ମା, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଗୁନୁରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ରାଜ୍ୟରେ ଏବେ ସୁଦ୍ଧା ୨୧୯ଟି ପଜିଟିଭ୍‌ କେସ୍‌ ସାମ୍ନାକୁ ଆସିଛି । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୧ଟି ମାମଲା ସକ୍ରିୟ ରହିଛି । ୬୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply