spot_img

Latest Posts

ଟି-୨୦ ବିଶ୍ବକପ୍: ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲ ?

ଟି-୨୦ ବିଶ୍ବକପ୍: ଭାରତ-ଓ୍ବେଷ୍ଟଇଣ୍ଡିଜ ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲ ?

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ସୁପର-୮ ମୁକାବିଲା କର ବା ମର ସ୍ଥିତି ସୃଷ୍ଟଇ କରିଛି । ମାର୍ଚ୍ଚ ୧ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ହେବାକୁ ଥିବା ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଦୁଇ ଦେଶ ପାଇଁ ଫାଇନାଲ କହିଲେ ଭୁଲ ହେବ ନାହିଁ । ଏହି ମ୍ୟାଚର ଫଳାଫଳ ସ୍ଥିର କରିବ କିଏ ହେବ ଗ୍ରୁପ-୧ର ଦ୍ବିତୀୟ ସେମିଫାଇନାଲିଷ୍ଟ । ହେଲେ ବଡ଼ ପ୍ରଶ୍ନ ହେଲା ଯଦି କୌଣସି କାରଣରୁ ଏହି ମ୍ୟାଚ୍ ରଦ୍ଦ ହୋଇଗଲା ତେବେ କ’ଣ ହେବ ? କେଉଁ ଟିମକୁ ମିଳିବ ସେମିଫାଇନାଲ ଟିକେଟ୍ ? କ’ଣ କହୁଛି ଆଇସିସି ନିୟମ ?

ମ୍ୟାଚ୍ ରଦ୍ଦ ହେଲେ କ’ଣ ହେବ ?

ଗ୍ରୁପ-୧ର ପଏଣ୍ଟସ୍ ଟେବୁଲରେ ବର୍ତ୍ତମାନ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦୁଇ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ରହିଛନ୍ତି । ହେଲେ ନେଟ ରନ୍ ରେଟକୁ ଦେଖିଲେ ଭାରତ ତୃତୀୟ ସ୍ଥାନରେ ରହିଛି । ଯଦି ମ୍ୟାଚ୍ ହେଲା, ତେବେ ଯେଉଁ ଟିମ୍ ଜିତିବ ୪ ପଏଣ୍ଟ ସହ ସିଧାସଳଖ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ ଟିକେଟ୍ ହାତେଇବ । ହେଲେ ବର୍ଷା ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ଯଦି ମ୍ୟାଚ୍ ରଦ୍ଦ ହୋଇଗଲା ତେବେ ଆଇସିସି ନିୟମ ଅନୁସାରେ ଦୁଇ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟସ୍ ମିଳିବ । ଏମିତି ସ୍ଥିତିରେ ଦୁଇ ଦଳର ପଏଣ୍ଟସ ୩-୩ ହୋଇଯିବ । ଏହାପରେ ନେଟ୍ ରନ୍ ରେଟ୍ ଅନୁସାରେ ଦ୍ବିତୀୟ ସେମିଫାଇନାଲିଷ୍ଟ ସ୍ଥିର କରାଯିବ । ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜର ନେଟ୍ ରନ୍ ରେଟ୍ +୧.୭୯୧ ରହିଛି । ସେହିପରି ଭାରତର ନେଟ୍ ରନ୍ ରେଟ୍ -୦.୧୦୦ ରହିଛି । ଏହାକୁ ଦେଖିଲେ ଓ୍ବେଷ୍ଟଇଣ୍ଡିଜ୍ ଦୃଢ଼ ସ୍ଥିତିରେ ରହିଛି । ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ମ୍ୟାଚ୍ ରଦ୍ଦ ହୁଏ ତେବେ ଆଇସିସି ନିୟମ ଅନୁସାରେ ଓ୍ବେଷ୍ଟଇଣ୍ଡିଜକୁ ସେମିଫାଇନାଲ ଟିକେଟ ମିଳିଯିବ ଓ ଭାରତ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ ।

ମ୍ୟାଚ୍ ଦିନ କେମିତି ରହିବ କୋଲକତାର ପାଣିପାଗ ?

ପାଣିପାଗ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧ ତାରିଖରେ କୋଲକାତାରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ । ମ୍ୟାଚ୍ ସମୟରେ ବି ମୌସମ ସଫା ରହିବାର ଅନୁମାନ କରାଯାଉଛି । ଏହାର ଅର୍ଥ ବର୍ଷାକୁ ନେଇ ଭାରତୀୟ ସମର୍ଥକଙ୍କୁ ଚିନ୍ତା କରିବାର କିଛି କାରଣ ନାହିଁ । ପୂରା ମ୍ୟାଚର ମଜା ଉଠାଇ ପାରିବେ ଦର୍ଶକ ।

Latest Posts

Don't Miss