ଦୁଇ ସେମିଫାଇନାଲର ଦୁଇ ହିରୋ; ଯିଏକି ଶେଷ ଓଭରରେ ବଦଳାଇ ଦେଇଥିଲେ ମ୍ୟାଚର ସ୍ଥିତି

1 min read

ଦୁବାଇ: ଟି-୨୦ ବିଶ୍ୱକପ ଫାଇନାଲ ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ନଭେମ୍ବର ୧୪ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା । ଏହି ଦୁଇ ଟିମଙ୍କ ପାଖରେ ପ୍ରଥମ ଟି-୨୦ ବିଶ୍ୱକପ ଟାଇଟଲ ଜିତିବାରେ ସୁଯୋଗ ରହିଛି । ଯଦି ସେମିଫାଇନାଲ କଥା କହିବା ତାହାଲେ ଏହି ଦୁଇଟି ସେମିଫାଇନାଲକୁ ଯଦି ଆମ୍ନାସାମ୍ନି ଦେଖିବା ତାହାଲେ ଏହି ଦୁଇଟି ମ୍ୟାଚରେ ଗୋଟିଏ ସମ୍ମାନତା ରହିଛି । ଯାହା ହେଉଛି ଶେଷ ଓଭରର ଉଭୟ ମ୍ୟାଚର ସ୍ଥିତି ବଦଳି ଯାଇଥିଲା ଏବଂ ଗୋଟିଏ ଖେଳାଳି ମ୍ୟାଚର ସ୍ଥିତି ବଦଳାଇ ଦେଇଥିଲେ ।

ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆକୁ ୨୪ ବଲରେ ୫୦ ରନ ଦରକାର ଥିଲା । ତେବେ ଏହି ସମୟରେ ମ୍ୟାଥ୍ୟୁ ଓ୍ୱେଡ ଓ ମାର୍କସ ଷ୍ଟୋଇନିକ୍ସ କ୍ରିଜରେ ଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ କରି ମ୍ୟାଚର ସ୍ଥିତି ବଦଳାଇ ଦେଇଥିଲେ । କିନ୍ତୁ ୧୯ ଓଭରରେ ମ୍ୟାଥ୍ୟୁ ଓ୍ୱେଡ ହିରୋ ଭାବରେ ଆଗକୁ ଆସିଥିଲେ । ଓ୍ୱେଡ ଶାହିନ୍ ଆଫ୍ରିଦଙ୍କ ଓଭରରେ ୩ଟି ବଲରେ ୩ଟି ଛକା ମାରି ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ଏକ ସମୟରେ ଲାଗୁଥିଲା କି ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ବିଜୟ ଲାଭ କରିପାରିବ ନାହିଁ । କିନ୍ତୁ ମ୍ୟାଥ୍ୟୁ ଓ୍ୱେଡଙ୍କ ସାହାର୍ଯ୍ୟରେ ଗୋଟିଏ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ବିଜୟ ଲାଭ କରିଥିଲା ଏବଂ ଫାଇନାଲ ଟିକେଟ ହାସଲ କରିଥିଲା । ଯାହାଫଳରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ସ୍ୱପ୍ନ ଭାଙ୍ଗିଛି ।

ଯଦି ପ୍ରଥମ ସେମିଫାଇନାଲ କଥା କହିବା ତାହାଲେ ପ୍ରଥମ ସେମିଫାଇନାଲରେ ବି ଏମିତି କିଛି ଦେଖିବାକୁ ମିଳିଥିଲା । ପ୍ରଥମ ସେମିଫାଇନାଲରେ ଏକ ସମୟରେ ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରୁଥିବା ସମୟରେ ଅଡ଼ୁଆରେ ପଡ଼ିଥିଲା । ନ୍ୟୁଜିଲାଣ୍ଡକୁ ୨୪ ବଲରେ ୫୭ ରନର ଆବଶ୍ୟକ ଥିଲା । ତେବେ ଏହି ଦୁଇ ସେମିଫାଇନାଲରେ ଫରକ ଏତିକି ଯେ ଅଷ୍ଟ୍ରେଲିଆ ୧୯ ଓଭରରେ ବାଜି ପଲାଟାଇଥିଲା ବେଳେ ନ୍ୟୁଜିଲାଣ୍ଡ ୧୭ ଓଭରରେ ଏହି ଚମତ୍କାରିତା କରିଥିଲା । ଜିମି ନୀଶମ କ୍ରିସ୍ ଜୋର୍ଡାନଙ୍କ ଓଭରରେ  ୨୩ ରନ ସଂଗ୍ରହ କରିଥିଲେ ।  ଯେଉଁଠାରୁ ମ୍ୟାଚ ପୂରା ବଦଳି ଯାଇଥିଲା । ନୀଶମଙ୍କ ସହ ମିଶି ଡେରଲି ମିଚେଲ ନ୍ୟୁଜିଲାଣ୍ଡକୁ ୧୯ ଓଭରରେ ଏହି ମ୍ୟାଚରେ ବିଜୟଲାଭ କରିଥିଲେ । ଏହି ଦୁଇଟି ସେମିଫାଇନାଲ ଦର୍ଶକଙ୍କ ପାଇଁ ଖୁବ୍ ରୋମାଞ୍ଚକର ଥିଲା । ତେବେ ଆସନ୍ତା ନଭେମ୍ବର ୧୪ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ନିଜର ପ୍ରଥମ ଟ୍ରଫି ଜିତିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ତେବେ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଜିତି ସାରିଛି । ଆଉ ନଭେମ୍ବର ୧୪ରେ ଟି-୨୦ ବିଶ୍ବକପର ବିଜୟ ମୁକୁଟ ପିନ୍ଧିବାକୁ ଚେଷ୍ଟା କରିବ ବ୍ଲାକ୍ କ୍ୟାପ୍ସ ।

Leave a Reply