spot_img

Latest Posts

ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରେଲୱେ ଟ୍ରାକ୍, ଫସିଲେ ୫୦୦ ଯାତ୍ରୀ

ଚେନ୍ନାଇ: ତାମିଲନାଡୁର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଧୋଇଗଲା ରେଳ ଷ୍ଟେସନ। ଯାହାଫଳରେ ପ୍ରାୟ ୫୦୦ ଯାତ୍ରୀ ତାମିଲନାଡୁ ରେଳ ଷ୍ଟେସନରେ ଅଟକି ରହିଛନ୍ତି। ଯାତ୍ରୀମାନେ ତୁତିକୋରିନ ଜିଲ୍ଲାର ଶ୍ରୀଭେକୁନ୍ଟମରେ ଫସି ରହିଛନ୍ତି।

ରିପୋର୍ଟ ଅନୁସାରେ ଷ୍ଟେସନର ଚାରିପଟ ଜଳମଗ୍ନ ହୋଇପଡିଛି । ଟ୍ରାକ୍ ଗୁଡିକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଟ୍ରେନ୍ ଚଳାଚଳ କରିପାରୁନାହିଁ। ପ୍ରବଳ ବର୍ଷା ହେତୁ ରେଳ ଟ୍ରାକ୍ ରେ କେବଳ ଲୁହା ରଡ ସହିତ ସିମେଣ୍ଟ ସ୍ଲାବ୍ ଦେଖାଯାଉଛି।

ଷ୍ଟେସନକୁ ଯାଉଥିବା ରାସ୍ତା କ୍ଷତିଗ୍ରସ୍ତ ହେବାଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରୁନାହିଁ । ଏହି ଟ୍ରେନ୍ ତିରୁଚେଣ୍ଡୁରରୁ ଚେନ୍ନାଇ ଯାଉଥିଲା। ଦକ୍ଷିଣ ରେଳବାଇର ବିବୃତ୍ତି ଅନୁଯାୟୀ,, “ଯାତ୍ରୀମାନେ ନିରାପଦରେ ଅଛନ୍ତି। ଏନଡିଆରଏଫ୍ ଟିମ୍ ଷ୍ଟେସନରେ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି।

ତେବେ ପ୍ରବଳ ବର୍ଷା ଯୋଗୁଁ କନ୍ୟାକୁମାରୀ, ଥୁଥୁକୁଡି, ତେନକାସୀ ଏବଂ ତିରୁନେଲଭେଲି ଆଦି ୪ ଦକ୍ଷିଣ ଜିଲ୍ଲାର ପ୍ରଭାବିତ ହୋଇଛି।

Latest Posts

Don't Miss