spot_img

Latest Posts

ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ; ୨୩୪ ଆସନ ଲାଗି ୪ ହଜାର ୨୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ

ନନ୍ଦିଘୋଷ ବ୍ୟୁରୋ : ଆଜି ବି ତାମିଲନାଡୁ ବିଧାନସଭା ନିର୍ବାଚନ। ସମୁଦାୟ ୨୩୪ ଆସନ ଲାଗି ୪ ହଜାର ୨୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ପ୍ରାୟ ୫ କୋଟି ୬୮ ଲକ୍ଷ ଭୋଟର। ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି, ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟଙ୍କ ସମେତ ବହୁ ହେଭିୱେଟଙ୍କ ହେବ ଭାଗ୍ୟ ନିର୍ଣ୍ଣୟ। ନିର୍ବାଚନ ଲାଗି କଡା ସୁରକ୍ଷାରେ ପଠାଯାଇଛି ଇଭିଏମ। ପ୍ରାୟ ସମସ୍ତ ବୁଥରେ ପହଞ୍ଚିଛନ୍ତି ପୋଲିଂ କର୍ମଚାରୀ। ଭୋଟ ପରିଚାଳନାକୁ ଅବଲୋକନ କରିବା ଲାଗି ପହଞ୍ଚିଛନ୍ତି ଅନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ।

ଚଳିତ ନିର୍ବାଚନ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନଙ୍କ ଲାଗି ଅଗ୍ନିପରୀକ୍ଷା  । ଏଥର ବି କୋଲଥୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ଷ୍ଟାଲିନ । ତାଙ୍କ ବିରୋଧରେ ଏଆଇଏଡିଏମକେରୁ ପ୍ରାର୍ଥୀ ହୋଇଛନ୍ତି ଆଦି ରାଜାରାମ। ଏହି ଆସନରୁ ଷ୍ଟାଲିନ ଗତ ୨୦୧୧ରୁ ବିଜୟ ଲାଭ କରିଆସୁଛନ୍ତି  । ୨୦୧୧, ୨୦୧୬ ଓ ୨୦୨୧ ବିଧାନସଭା ନିର୍ବାଚନରେ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଏହି ଆସନରେ ବିଜେପିର ସ୍ଥିତି ପ୍ରାୟ ନଥିବାବେଳେ ତିନି ଥର ଯାକ ସେ ଏଆଇଏଡିଏମକେ ପ୍ରାର୍ଥୀଙ୍କୁ ପରାସ୍ତ କରିଆସିଛନ୍ତି  ।

ଦ୍ବିତୀୟ ଥର ଲାଗି ନିର୍ବାଚନ ମଇଦାନରେ ଡିଏମକେ ପ୍ରାର୍ଥୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ତଥା ସର୍ବକନିଷ୍ଠ ପୁଅ ଉଦୟନିଧି ଷ୍ଟାଲିନ l ଏଥର ବି ସେ ଚେପାକ-ତିରୁବାଲିକେନି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି l ୨ଟି ଆସନରୁ ଲଢୁଛନ୍ତି ସୁପରଷ୍ଟାର ବିଜୟ। ପେରାମ୍ବୁର ଓ ତିରୁଚିରାପଲ୍ଲୀ ଇଷ୍ଟରୁ ବି ପ୍ରାର୍ଥୀ ହୋଇଛନ୍ତି ସୁପରଷ୍ଟାର ବିଜୟ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଏଲ. ମୁରୁଗାନ ଅବାନାଶୀରୁ ପ୍ରାର୍ଥୀ ହୋଇଥିବାବେଳେ ଧର୍ମପୁରୀ ଆସନରୁ ଲଢୁଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ଡକ୍ଟର ଅମ୍ବୁମଣି ରାମଦୋସଙ୍କ ପତ୍ନୀ ଡକ୍ଟର ସୋମିୟା ଅମ୍ବୁମଣି l ମାୟଲାପୁରରେ ବିଜେପିରୁ ଲଢୁଛନ୍ତି ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ । ପେରାମ୍ବୁର ଓ ତିରୁଚିରାପଲ୍ଲୀ ଇଷ୍ଟରୁ ଲଢୁଛନ୍ତି ଟିଭିକେ ସୁପ୍ରିମୋ ବିଜୟ।

Latest Posts

Don't Miss