ତାମିଲନାଡୁରେ ଥମୁନି ବର୍ଷା ବିତ୍ପାତ

ଚେନ୍ନାଇ: ତାମିଲନାଡୁରେ ଥମୁନି ବର୍ଷା ବିତ୍ପାତ । ଅଧିକାଂଶ ଜିଲ୍ଲାରେ ଲଗାତାର ବର୍ଷା ଜାରି । କନ୍ୟାକୁମାରୀ ସମେତ ଅନ୍ୟାନ୍ୟ ସ୍ଥାନରେ ବର୍ଷା ବିତ୍ପାତ ଯୋଗୁ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ । ସେପଟେ ଆଜି ବି ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୪୦ରୁ ଅଧିକ ନଦୀ ଓ ହ୍ରଦରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଲକ୍ଷାଧିକ ଲୋକ ବିପନ୍ନ ହୋଇଛନ୍ତି । ତିରୁନେଲଭେଲି, ତୁତିକୋରିନ, ଟେନକାସୀ ଏବଂ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଶ୍ରୀବାଇକକୁନ୍ତମ ରେଳଷ୍ଟେସନରେ ଫସିଥିବା ୫୦୦ ଯାତ୍ରୀଙ୍କୁ ଗତକାଲି କରାଯାଇଥିଲା ଉଦ୍ଧାର । ଉଦ୍ଧାର ଲାଗି ୩ ସେନାର ସହାୟତା ମାଗିଛି ତାମିଲନାଡୁ । ଫସି ରହିଥିବା ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ୍ ପକାଯାଇଛି । ସ୍କୁଲ, କଲେଜ, ବ୍ୟାଙ୍କ ଓ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଛୁଟି କରି ଦିଆଯାଇଛି । ଅନେକ ସ୍ଥାନରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି । ତିରୁନିଭେଲି, ଥୁଟିକୁଡ଼ି ଏବଂ କନ୍ୟାକୁମାରୀରେ ସ୍ଥିତି ଗମ୍ଭୀର ରହିଛି। ସ୍ଥିତିର ସମୀକ୍ଷା ଲାଗି ବରିଷ୍ଠ ଅଧିକାରୀଙ୍କ ସହ କିଛି ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାର୍ଯ୍ୟ ଲାଗି ରିଲିଫ୍ ବୋଟ୍ ପ୍ରସ୍ତୁତ ରହିଛି। ମୋଟ ୧୭ଟି ଟିମ ମୁତୟନ ହୋଇଛନ୍ତି । ଏନଡିଆରଏଫର ୪୨୫ ଯବାନ ମୁତୟନ ହୋଇଛନ୍ତି ।