ଅଭିନେତା ତଥା ଟିଭିକେ ପାର୍ଟି ମୁଖ୍ୟ ବିଜୟଙ୍କ ରାଲିରେ ଦଳାଚକଟା, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ବଡ଼ ଅଘଟଣ । ଦଳାଚକଟାରେ ୧୦ ଜଣଙ୍କ ମୃତ୍ୟୁ । ଅଭିନେତା ତଥା ଟିଭିକେ ପାର୍ଟିର ମୁଖ୍ୟ ବିଜୟ ରାଲିରେ ଘଟିଛି ଏହି ଅଘଟଣ ।
କରୁର୍ ସହରରେ ଏହି ଦୁର୍ଘଟଣା ଘଟିଛି । ବିଜୟଙ୍କର ଏକ ସମାବେଶ ହେବାର ଥିଲା । ଏଥିପାଇଁ ଲକ୍ଷାଧିକ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ । ହେଲେ ସେ ବହୁତ ଡେରିରେ ପହଞ୍ଚିଲେ । ଏଥିପାଇଁ ସମର୍ଥକଙ୍କ ଧୈର୍ଯ୍ୟ ଭାଙ୍ଗିଥିଲା । ସେ ୬ ଘଣ୍ଟା ଡେରିରେ ଆସିବାରୁ ଦଳାଚକଟା ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାମ ଜାରି ରହିଛି ।
ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବରିଷ୍ଠ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି ।