ତାପସୀଙ୍କୁ ବିଷ୍ଣୁଙ୍କ ଅସଦାଚରଣ ମାମଲା: ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା AIDWA

Bishnu Sethi

ଭୁବନେଶ୍ୱର: ବଢୁଛି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଅଡୁଆ । ରାଜ୍ୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ଏଆଇଡିଡବ୍ଲୁଏ । ସଂଗଠନର ସମ୍ପାଦିକା ମୀନତି ପାଣିଗ୍ରାହୀଙ୍କ ସହ ବିଧାୟକଙ୍କ ଅସଦାଚରଣର ଶିକାର ହୋଇଥିବା ନାରୀନେତ୍ରୀ ତାପସୀ ପ୍ରହରାଜ ଫେରାଦ ହୋଇଛନ୍ତି ।

ଗତ ୧୧ତାରିଖରେ ଏକ ସଭାରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଧାୟକ ବିଷ୍ଣୁ ସେଠୀ ତାପସୀଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ତାପସୀ ପ୍ରହରାଜ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।

ଘଟଣା ନେଇ ତାପସୀ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସେପଟେ ମାମଲାକୁ ଗ୍ରହଣ କରିବା ସହ ଏନେଇ ତର୍ଜମା କରାଯିବ । ଘଟଣାସ୍ଥଳର ଭିଡିଓ ଫୁଟେଜକୁ ସଂଗ୍ରହ କରି ଆବଶ୍ୟକସ୍ଥଳେ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରାଯିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

Leave a Reply