ପୁଣି ଥରେ TATA ହାତେଇବ ଏୟାର ଇଣ୍ଡିଆ, ଉଡ଼ାଇବ ବିମାନ…

ନୂଆଦିଲ୍ଲୀ: ଘରୋଇକରଣ ହେବ ଏୟାର ଇଣ୍ଡିଆ କମ୍ପାନୀ । ଏଥିପାଇଁ ଅନେକ କମ୍ପାନୀ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଯେଉଁଥିରେ ସବୁଠାରୁ ଆଗରେ ରହିଛି ଟାଟା ଗ୍ରୁପ । ଯେଉଁ ଟାଟା ଗ୍ରୁପ ଦିନେ ଭାରତରେ ବିମାନ ଚଲାଚଳ ସଂସ୍ଥା ଆରମ୍ଭ କରିଥିଲା, ସେହି ଟାଟା ଗ୍ରୁପ ଆଜି ପୁଣି ଏୟାର ଇଣ୍ଡିଆରେ ଅଂଶୀଦାର ହେବାକୁ ଯାଉଛି । ବିମାନଚଟଳାଚଳ ସଂସ୍ଥା ଘରୋଇକରଣ ହେଲେ ଟାଟା କମ୍ପାନୀ ସେୟାର କିଣିବାର ସର୍ବାଗ୍ରେ ରହିଛି । ତଥ୍ୟ ଅନୁଯାୟୀ ୧୯୩୨ ମସିହାରେ ଏୟାର ଇଣ୍ଡିଆର ସୃଷ୍ଟି ହୁଏ । ଏବଂ ଏହାର ସୃଷ୍ଟିକର୍ତ୍ତା ସାଜେ ଟାଟା କମ୍ପାନୀ । ସେତେବେଳେ ଟାଟା କମ୍ପାନୀ ପରିଚାଳନା ଦାୟିତ୍ୱରେ ଥିବା ଜେଆରଡ଼ି ଟାଟା ନିଜେ ଜଣେ ପାଇଲଟ ଥିବାବେଳେ ଏୟାର ଇଣ୍ଡିଆ କମ୍ପାନୀ ନିର୍ମାଣର ମଙ୍ଗ ଧରିଥିଲେ । ଆଉ ଏବେ ପୁଣି ଥରେ ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଡ଼ିଂ ଜମା କରିବା ଆରମ୍ଭ କରିଦେଇଛି । କେବଳ ଦେଖିବାକୁ ବାକି ରହିଛି କତେବେ ଟାଟା କମ୍ପାନୀ ବିମାନ ଚଳାଚଳ ସଂସ୍ଥାକୁ ହାତେଇବାକୁ ଯାଉଛି ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଭାରତରେ ଆରମ୍ଭ ହୋଇଥାଏ ସାମାନ୍ୟ ବିମାନ ସେବା । ଏହି ସମୟରେ ସଂସ୍ଥାର ନାମକୁ ଏୟାର ଇଣ୍ଡିଆ ରଖାଯାଇଥିଲା । ଏବଂ ଦେଶ ସ୍ୱାଧିନତା ପରେ ସରକାର ଏହାକୁ ନିଜ ପଟକୁ ନେବାକୁ ପକ୍ରିୟା ଆରମ୍ଭ କରିଦେଇଥିଲେ । ଫଳରେ ୧୯୫୩ ମସିହାରେ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ ଏୟାର କର୍ପୋରେସନ ଆକ୍ଟ ପାସ କରିବା ସହ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ସରକାରୀ ସଂସ୍ଥା ଘୋଷଣା କରିଥିଲେ । ଅର୍ଥାତ ସରକାରଙ୍କ ମାଲିକାନାରେ ରହିଥିଲା ବିମାନ ଚଳାଚଳ ସଂସ୍ଥା । କିନ୍ତୁ ବର୍ତ୍ତମାନ ଘରୋଇକରଣକୁ ନେଇ ସୃଷ୍ଟି ଦହେଉଥିବା ବିବାଦ ପୂର୍ବରୁ ମଧ୍ୟ ରହିଥିଲା । ଅର୍ଥାତ ୟୁପିଏ ଗମେଣ୍ଟ ମଧ୍ୟ ବିମାନ ଚଳାଚଳ ସଂସ୍ଥାକୁ ଘରୋଇକରଣ କରିବା ନିଷ୍ପତ୍ତି ନେଇଥିଲେ ।

ଏୟାର ଇଣ୍ଡିଆ କୁ ପ୍ରାଇଭେଟଜାଇସନ କରିବା ନିଷ୍ପତ୍ତି ପୂର୍ବରୁ ରହିଥିଲା । ୨୦୦୦ରୁ ୨୦୦୧ ମସିହା ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ନିଷ୍ପତ୍ତି ନିଆଯାଇ ନଥିଲା । ଅର୍ଥାତ ୟୁପିଏ ସରକାର ଏହି ସମୟରେ ବିମାନ ଚଳାଚଳ ସଂସ୍ଥାକୁ ଘରୋଇ କରଣ କରିବା ନେଇ ସେମିତି କିଛି ସ୍ପଷ୍ଟ ନିର୍ଦେଶ ନେଇନଥିଲେ । ପୁଣି ଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ୨୦୦୭ ମସିହାରେ । ଅର୍ଥାତ ଇଣ୍ଡିଆନ୍ସ ଏୟାରଲାଇନ୍ସରେ ବିଲୟ ହୋଇଥିଲା ଏୟାର ଇଣ୍ଡିଆ ସଂସ୍ଥା । ଘରୋଇକରଣ ସିନା କରିଦେଲେ ସରକାର । କିନ୍ତୁ ସଂସ୍ଥା ଚାଲିବା କଷ୍ଟକର ହୋଇପଡିଲା । ଅର୍ଥାତ କହିବାକୁ ଗଲେ ବିପର୍ଯ୍ୟସ୍ଥ ହୋଇ ପଡ଼ିଥିଲା ବିମାନ ଚଳାଚଳ ସଂସ୍ଥା । ଏକାବେଳକେ ଦୁଇଟି ବିମାନ କମ୍ପାନୀରେ ଦେଖା ଦେଇଥିଲା ଅର୍ଥିକ ମାନ୍ଦାବସ୍ଥା । କିନ୍ତୁ ୨୦୦୬ ମସିହାରେ କମ୍ପାନୀର ଆୟ ୭.୭ ଆରବ ଥିବାବେଳେ ୨୦୦୯ ମସିହା ବେଳକୁ ବୃଦ୍ଧି ଘଟି ଏହା ୭୨ ଆରବଲରେ ପହଁଚିଥିଲା ।

ଏହାପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଅଧିନକୁ ଫେରାଇ ଆଣିଥିଲେ ୟୁପିଏ ଗମେଣ୍ଟ । କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ପୂର୍ବ ଢାଞ୍ଚାରେ ପରିଣତ କରିବାକୁ ଚାହୁଁଛନ୍ତି । ୨୦୧୭ ମସିହାରେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କ ସରକାର ବିମାନ ଚଳାଚଳ ସଂସ୍ଥାକୁ ଘରୋଇ କରଣ କରିବା ପକ୍ରିୟା ଆରମ୍ଭ କରିଦେଇଛନ୍ତି । କୋଭିଡର ଏଣ୍ଟ୍ରି ହିଁ ଏହି ପ୍ରସ୍ତାବକୁ ଅଧାରେ ଅଟକାଇ ଦେଇଛି । ନଚେତ ଏବେ ପୁଣି ଥରେ ଟାଟା କମ୍ପାନୀ ଉଡାନ୍ତାଣି ଏୟାର ଇଣ୍ଡିଆ

Leave a Reply