ଛାତ୍ରୀର ଆତ୍ମହତ୍ୟା ପରେ ଗିରଫ ହେଲେ ଶିକ୍ଷକ, ଯୈାନ ଶୋଷଣ କରିଥିବା ଅଭିଯୋଗ

ଚେନ୍ନାଇ : କୋଏମ୍ବାଟୁରର ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ୩୧ ବର୍ଷୀୟ ସ୍କୁଲର ଫିଜିକ୍ସ ଶିକ୍ଷକ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀକୁ ଯୈାନ ଶୋଷଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ଏହା ଉପରେ କୈାଣସି ପଦକ୍ଷେପ ନେଇନଥିଲେ ତେଣୁ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଗିରଫ କରିଛି ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ଛାତ୍ରଟି ଚଳିତ ବର୍ଷ ଯୈାନଶୋଷଣର ଶିକାର ହୋଇଥିଲା । ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ସାମିଲ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏଭଳି କିଛି ମାନସିକ ବିକୃତ ଲୋକଙ୍କ ପାଇଁ ଛାତ୍ରଟିର ଜୀବନ ଚାଲିଗଲା । ଏହି ଘଟଣା ଯେପରି ଦ୍ୱିତୀୟ ଥର ପାଇଁ ନ ଘଟେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ସୁନିଶ୍ଚିତ କରାଇବା ଜରୁରୀ । ବର୍ତ୍ତମାନ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମହିଳା ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି ।

ଘଟଣା କ’ଣ ?

କୋଏମ୍ବାଟୁରରେ ବାସ କରୁଥିବା ଜଣେ ଛାତ୍ରୀ ଗତ ଶୁକ୍ରବାର ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଘରୁ ଏକ ସୁଇସାଇଡ ନୋଟ ପୋଲିସ ହାତରେ ଲାଗିଥିଲା । ଯେଉଁଥିରେ ଅଭିଯୁକ୍ତଙ୍କ ନାଁ ଲେଖାଯାଇଥିଲା । ହ୍ୱାଟସପ୍ ଚାଟ୍ ଏବଂ ଅଡିଓ ଭଏସରୁ ଉକ୍ତ ଶିକ୍ଷକ ଜଣକ ଅନ୍ୟ କେତେକ ଛାତ୍ରୀଙ୍କ ସହ ମଧ୍ୟ ଯୈାନଶୋଷଣ କରିଥିବା ଜଣାପଡ଼ିଥିଲା ।

Leave a Reply