ପ୍ରାଥମିକ ସ୍କୁଲ ପ୍ରଶ୍ନପତ୍ର ଲିକ୍ ଘଟଣା, ସହକାରୀ ଶିକ୍ଷକ ଜଗନ୍ନାଥ କର ଗିରଫ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ମାମଲାରେ ଆସିଷ୍ଟାଣ୍ଟ ଶିକ୍ଷକ ଗିରଫ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରକୁ ଗିରଫ କଲା  ସାଇବର ଥାନା ପୋଲିସ । ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭାଇରଲ କରିଥିଲେ ଜଗନ୍ନାଥ ।  ସ୍ତ୍ରୀଙ୍କ ସହ ମିଶି ନିଜର ୟୁଟ୍ୟୁବ ଚାନେଲ ପ୍ରୋ-ଆନ୍ସରରେ ପ୍ରଶ୍ନପତ୍ର ଲିକ କରିଥିଲେ । ପ୍ରଶ୍ନପତ୍ର ଲିକ ନେଇ ଓସେପା ପକ୍ଷରୁ ୧୮ ମାର୍ଚ୍ଚରେ ସାଇବାର ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ବେଳେ ପ୍ରାଇମେରୀ ସ୍କୁଲ ର କିଛି ପ୍ରଶ୍ନ ପତ୍ର ଲିକ ନେଇ ସୁରାକ ପାଇଥିଲା ପୋଲିସ । ସମୀର ଏଜୁକେସନ ନାମରେ ଏକ ୟୁଟ୍ୟୁବ ଚାନେଲ ଏହି କାମ କରୁଥିବା ପ୍ରମାଣ ପାଇଥିଲା ପୋଲିସ । ଏନେଇ ୟୁଟୁବ ଚ୍ୟାନେଲର ମାଲିକ ଗଂଜାମର ସମୀର ସାହୁଙ୍କୁ ଗିରଫ କରିଥିଲା ପୋଲିସ ।ସମୀରଙ୍କୁ ପଚରାଉଚରା ବେଳେ ପ୍ରୋ ଆନ୍ସର ଚ୍ୟାନେଲ ଲିଙ୍କ ସାମ୍ନାକୁ ଆସିଥିଲା । ପ୍ରୋ ଆନ୍ସର ଚାନେଲ ଜଗନ୍ନାଥ ନିଜ ପତ୍ନୀଙ୍କ ନାମରେ ଚଳାଇ ଥିଲେ । ପରୀକ୍ଷା ପାଇଁ ଓସେପା ପକ୍ଷରୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ତାକୁ ନେଇ ପତ୍ନୀ ଋତୁପୂର୍ଣା ପତିକୁ ଦେଇଥିଲେ ଜଗନ୍ନାଥ । ୟୁଟ୍ୟୁବର ଚ୍ୟାନେଲର ଭି୍ୟୁ ବଢାଇବା ପାଇଁ ଏଭଳି କାର୍ଯ୍ୟ କରିଥିଲେ ଜଗନ୍ନାଥ । ଜଗନ୍ନାଥ ଗିରଫ ପରେ ମୋବାଇଲ ଫୋନ ଜବତ କରାଯାଇ ଅଧିକ ତଦନ୍ତ କରାଯାଉଛି ।