ଜଣେ ଶିକ୍ଷକ ଯିଏ ଗଛ ଉପରୁ ପଢାନ୍ତି ପାଠ !

1 min read

କୋଲକାତା- ସୁବ୍ରତ କୋଲକାତାର ଦୁଇ ଶିକ୍ଷାନୁଷ୍ଠାନରେ ଇତିହାସ ପାଠ ପଢ଼ାନ୍ତି । ମାର୍ଚ୍ଚ ମାସରୁ ଦେଶରେ ଜାରି ହୋଇଥିବା ଲକଡାଉନ ସମୟରେ ସୁବ୍ରତ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଥିବା ନିଜ ଗାଁରେ ଥିଲେ ।

ତେବେ ସୁବ୍ରତ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି । ଏହାର କାରଣ ଏହାକି ସେ ପ୍ରତିଦିନ ଗଛ ଉପରେ ଚଢ଼ି ନିଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି । ୩୫ ବର୍ଷିୟ ସୁବ୍ରତ ପତି ଏକ ନିମ୍ବ ଗଛକୁ ନିଜ କ୍ଲାସ ରୁମ ଭାବେ ତିଆରି କରିଛନ୍ତି ।

 

ସୂଚନା ଅନୁଯାୟୀ ଲକଡାଉନ ସମୟରେ ସୁବ୍ରତ ଗାଁରେ ଥିଲେ । ଆଉ ବର୍ତ୍ତମାନ ତାଙ୍କୁ ଗାଁରୁ ଅନଲାଇନ କ୍ଲାସ ନେବାର ଥିଲା । କିନ୍ତୁ ଗାଁରେ ନେଟୱର୍କ ଖରାପ ଥିବା କାରଣରୁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା । ସୁବ୍ରତ ଏହି ସମସ୍ୟା ଆଗରେ ହାର ମାନି କ୍ଲାସ ନ ନେବାର ନିଷ୍ପତ୍ତି ନେଇପରିଥାନ୍ତେ କିନ୍ତୁ ସେ ଏପରି ନକରି ସମସ୍ୟାର ସମାଧାନ ବାହାର କରିଥିଲେ ।

ସୁବ୍ରତ ଯେତେବେଳେ ଗଛରେ ଚଢିଲେ ସେ ନେଟୱର୍କ ଆସୁଥିବା ଜାଣିବାକୁ ପାଇଲେ । ତାପରେ ଗାଁରେ ନିଜ ସାଙ୍ଗ ମାନଙ୍କ ସାହାଯ୍ୟରେ ବାଉଁଶରେ ଗଛ ଉପରେ ଏକ ପ୍ଲାଟଫର୍ମ ତିଆରି କଲେ ।

ବର୍ତ୍ତମାନ ସୁବ୍ରତ ସବୁଦିନ କ୍ଲାସ ସମୟରେ ଗଛରେ ଚଢ଼ି ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢ଼ାନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କ୍ଲାସ ଥିବାରୁ ସୁବ୍ରତ ଗଛ ଉପରକୁ ଖାଇବା ମଧ୍ୟ ନେଇଯାଆନ୍ତି ।

Leave a Reply