spot_img

Latest Posts

ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର, ପୂର୍ଣ୍ଣ ଅନୁଦାନ ଦାବିରେ ଶିକ୍ଷକଙ୍କ ପଦଯାତ୍ରା

ନନ୍ଦିଘୋଷ ବ୍ୟୁରୋ : ଶ୍ରୀକ୍ଷେତ୍ରରୁ ଶିକ୍ଷକଙ୍କ ରଣ ହୁଙ୍କାର । ତୀବ୍ର ଆନ୍ଦୋଳନରେ ବାହାରି ଆଜି ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ପଦଯାତ୍ରା । ଏଥର ଲଘୁଚାପ ଓ ବର୍ଷା କୁ ଖାତିର କରି ନାହାନ୍ତି ଶିକ୍ଷକ ଓ ଅଧ୍ୟାପକ ସଂଘ । ପୁରୀରୁ ବାହାରି ଥିବା ଏହି ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘ ର ପଦଯାତ୍ରା ଭୁବନେଶର ପହଞ୍ଚି ସିଧା ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ କରିବେ । ପୁର୍ଣ୍ଣ ଅନୁଦାନ ଦାବିରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଏହି ଦାବିରେ ପଦଯାତ୍ରା କରି ସରକାର ଙ୍କୁ ଅଭିନବ ପ୍ରତିବାଦ କରିଛି । ସଂଘର ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନେତୃତ୍ୱରେ ବାହାରିଥିବା ଏହି ପଦଯାତ୍ରା ରେ ପ୍ରାୟ 5ହଜାର ରୁ ଉର୍ଦ୍ଧ ଶିକ୍ଷକ ,ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଛନ୍ତି । ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ଘେରାଓ ସହ ମୁଖ୍ୟମନ୍ତ୍ରୀ ଙ୍କୁ ଦେବ ଦାବିପତ୍ର । ତେବେ ଦାବି ହାସଲ ନ ହେବା ଯାଏ ଆନ୍ଦୋଳନ କୁ ଜୋରଦାର କରିବାକୁ ଚେତାବନୀ ଦେଇଛି ସଂଘ  ।

Latest Posts

Don't Miss